ଧୂଳି ଚାଟିଲା ଦକ୍ଷିଣ ଆଫ୍ରିକା: ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳର ଇନିଂସ ପରାଜୟ: ୧ ଇନିଂସ, ୧୩୭ ରନରେ ଜିତିଲା ଭାରତ, ୨-୦ରେ ସିରିଜ ବିଜୟୀ ହେଲା ଘରୋଇ ଦଳ

ପୁନେ: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ଭାରତଠାରୁ ଶୋଚନୀୟ ପରାଜୟ ବରଣ କରିଛି। ରବିବାର ଚତୁର୍ଥ ଦିନରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଛି। ଟିମ ଇଣ୍ଡିଆ ଏହି ମ୍ୟାଚକୁ ଏକ ଇନିଂସ ୧୩୭ ରନରେ ଜିତିଛି। ଏହି ମ୍ୟାଚ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି।

ଭାରତ ପ୍ରଥମ ଇନିଂସରେ ୬୦୧ ରନ କରି ପାଳି ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୨୭୫ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା। ଦକ୍ଷିଣ ଆଫ୍ରିକା ଆଜି ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଏହାର ବ୍ୟାଟ୍ସମ୍ୟାନମାନେ କ୍ରିଜରେ ବେଶି ସମୟ ତିଷ୍ଠି ରହିବାରେ ସକ୍ଷମ ହୋଇ ନ ଥିଲେ।

adimg

୬୮ ତମ ଓଭରରେ ଦଳ ମାତ୍ର ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା। ସୂଚନାଯୋଗ୍ୟ, ବିଶାଖାପାଟଣା (ପ୍ରଥମ) ଟେଷ୍ଟରେ ମଧ୍ୟ ଭାରତ ଦକ୍ଷିଣ ଆଫ୍ରିକାଠାରୁ ଦମଦାର ବିଜୟ ହାସଲ କରିଥିଲା।

Share this story