ଦାଦା ବିସିସିଆଇ ସଭାପତି ! ଏହି ପ୍ରଭାବଶାଳୀ ରାଜନେତାଙ୍କ ପୁଅ ସମ୍ପାଦକ, ଜାଣନ୍ତୁ କିଏ

ଦାଦା ବିସିସିଆଇ ସଭାପତି ! ଏହି ପ୍ରଭାବଶାଳୀ ରାଜନେତାଙ୍କ ପୁଅ ସମ୍ପାଦକ, ଜାଣନ୍ତୁ କିଏ
ଦାଦା ବିସିସିଆଇ ସଭାପତି ! ଏହି ପ୍ରଭାବଶାଳୀ ରାଜନେତାଙ୍କ ପୁଅ ସମ୍ପାଦକ, ଜାଣନ୍ତୁ କିଏ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ହେବେ । ଏହି ରେସରେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ଥିଲେ ମଧ୍ୟ ଗାଙ୍ଗୁଲିଙ୍କ ଉପରେ ରାଜ୍ୟ କ୍ରିକେଟ ଆସୋସିଏସନ ଆସ୍ଥା ପ୍ରକଟ କରିଛି । ବ୍ରିଜେଶ ଆଇପିଏଲର ଅଧ୍ୟକ୍ଷ ହେବେ ବୋଲି ଜଣାପଡ଼ିଛି । ସେହିପରି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ସମ୍ପାଦକ ହେବେ ।

ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ କ୍ରିକେଟ ଆସୋସିଏସନଗୁଡ଼ିକୁ ନେଇ ଏକ ବୈଠକ ବସିଥିଲା । ଏଥିରେ ଅନୌପଚାରିକ ଭାବରେ ଜୟ ଶାହ ସମ୍ପାଦକ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ହେବେ ବୋଲି ସହମତି ପ୍ରକାଶ ପାଇଛି । ଏହି ସମସ୍ତ ପଦବୀ ପାଇଁ ନାମାଙ୍କନ ଦାଖଲ କରିବାର ଅନ୍ତିମ ଦିନ ସୋମବାର ରହିଛି । ୨୩ ତାରିଖ ନିର୍ବାଚନ ହେବାର ଥିଲେ ମଧ୍ୟ ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାର ସମ୍ଭାବନା ରହିଛି ।

ଗାଙ୍ଗୁଲି (୪୭) ଗତ ପାଞ୍ଚ ବର୍ଷ ହେବ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି । ଯଦି ସେ ବିସିସିଆଇ ସଭାପତି ହେବେ ତେବେ ୨୦୨୦ ସେପ୍ଚେମ୍ୱର ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ । ବ୍ରିଜେଶ ପଟେଲଙ୍କ ପଛରେ ମଧ୍ୟ ତାମିଲନାଡୁ କ୍ରିକେଟ ଆସୋସିଏସନର ବଡ଼ ଭୂମିକା ରହିଛି । ପୂର୍ବତନ ବିସିସିଆଇ ସଭାପତି ଏନ୍. ଶ୍ରୀନିବାସନ ବ୍ରିଜେଶ ପଟେଲଙ୍କ ସଭାପତି ପ୍ରାର୍ଥୀ ହେବା ପଛରେ ଏକ ବଡ଼ ରୋଲ ତୁଲାଉଛନ୍ତି । ବିସିସିଆଇର ଅଧିକାଂଶ ସଦସ୍ୟ ଏନ୍. ଶ୍ରୀନିବାସନଙ୍କର ନିକଟତମ ବ୍ୟକ୍ତି । ହେଲେ ସୌରଭଙ୍କ ବ୍ୟକ୍ତିତ୍ୱକୁ ଆଧାର କରି ଅଧିକାଂଶ ସଦସ୍ୟ ଗାଙ୍ଗୁଲିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସୂଚନା ରହିଛି ।

ଗାଙ୍ଗୁଲି ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ବିସିସିଆଇ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ବୋର୍ଡ । ସଭାପତି ପଦ ଭାବରେ ଦାୟିତ୍ୱ ତୁଲାଇବା ଆଗାମୀ ଦିନରେ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ନିକଟରେ ବିସିସିଆଇର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି । ଏହାକୁ କିଭଳି ସଜାଡ଼ି ହେବ ସେ ବାବଦରେ ସମସ୍ତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ଦାୟିତ୍ୱ ନେବା ପରେ ତାଙ୍କର ପ୍ରଥମ ଫୋକସ ପ୍ରଥମ ଶ୍ରେଣୀ କ୍ରିକେଟ ଉପରେ ରହିବ ବୋଲି ସେ କହିଛନ୍ତି ।

Share this story