ମାଆ ହେଲେ ଦଙ୍ଗଲ ଗାର୍ଲ ଗୀତା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମାଆ ହେଲେ ଦଙ୍ଗଲ ଗାର୍ଲ ଗୀତା, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ମାଆ ହେଲେ ଦଙ୍ଗଲ ଗାର୍ଲ ଗୀତା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ସେଲିବ୍ରିଟି ମହିଳା ରେସଲର ଏବଂ କମନୱେଲଥ ଗେମ୍ସ 2010ର ସ୍ୱର୍ଣ୍ଣ ବିଜେତା ଗୀତା ଫୋଗାଟ ମାଆ ହୋଇଛନ୍ତି । ମଙ୍ଗଳବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ଗୀତା । ନବଜାତକ ଶିଶୁର ଫଟୋ ସେ ନିଜ ଟ୍ୱିଟରରେ ପୋଷ୍ଟ କରିବା ପରେ ଏହା ଖୁବ୍ ଭାଇରାଲ ହୋଇଛି । ଗୀତାଙ୍କ ଶହ ଶହ ଫଲୋର୍ସ ତାଙ୍କ ଶିଶୁଙ୍କ ଫଟୋରେ ଶୁଭେଚ୍ଛା ବାର୍ତ୍ତା ଦେବା ସହ ବହୁ ସଂଖ୍ୟାରେ ସେୟାର କରିଛନ୍ତି ।

ନିଜ ଟ୍ୱିଟର ପେଜ୍ ରେ ପୋଷ୍ଟ କରି ଗୀତା ଲେଖିଛନ୍ତି ଯେ, ‘ତୁମର ଏହି ଦୁନିଆକୁ ସ୍ୱାଗତ’, ହମ୍ ଅବ ପ୍ୟାରେ ମେଁ ହେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ଗୀତା । ଏହା ସହ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଶିଶୁ ପୁତ୍ରକୁ ଜନ୍ମ ଦେଇ ସେ ଖୁବ୍ ଖୁସି ଅନୁଭବ କରୁଛନ୍ତି । ଏତେ ଖୁସି ଯେ, ସେ ଏହି ଖୁସି କୁ ପ୍ରକାଶ କରିପାରିବେ ନାହିଁ ।

ମାଆ ହେଲେ ଦଙ୍ଗଲ ଗାର୍ଲ ଗୀତା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଗୀତାଙ୍କ ଉଭଣୀ ତଥା ଅନ୍ୟତମ ଷ୍ଟାର ରେସଲର ବବିତା ଫୋଗଟ ମଧ୍ୟ ନିଜ ଭଉଣୀକୁ ଶୁଭେଚ୍ଛା ଜଣାଇଛନ୍ତି । ବବିତା ମଧ୍ୟ ଟ୍ୱିଟ କରି ଉଲ୍ଲେଖ କରିଛନ୍ତି ଯେ, ‘ତୁମେ ମାଆ ହୋଇଛ ତୁମକୁ ଶୁଭେଚ୍ଛା’ ଶିଶୁର ଦୀର୍ଘାୟୁ କାମନା କରୁଛି । ଶିଶୁକୁ ସାରା ଦୁନିଆ ସ୍ନେହ ଦେଉ ଆଶୀର୍ବାଦ ଦେଉ ।

20 ନଭେମ୍ବର 2016ରେ ରେସଲର ପୱନ କୁମାରଙ୍କୁ ବିବାହ କରିଥିଲେ । 2010 ମସିହାରେ କମନୱେଲ୍ଥ ଗେମସରେ ଭାରତର ପ୍ରଥମ ମହିଳା ରେସଲର ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆମୀର ଖାନ୍ ଙ୍କ ବ୍ଲକବଷ୍ଟର ଫିଲ୍ମ ଦଙ୍ଗଲ ଗୀତା ଏବଂ ତାଙ୍କ ଭଉଣୀ ବବିତା ଫୋଗଟଙ୍କ ସଂଘର୍ଷମୟ ଜୀବନକୁ ନେଇ ନିର୍ମାଣ କରାଯାଇଥିଲା । ପୂର୍ବରୁ ଗୀତା ଖତୋରେ କେଁ ଖିଲାଡ଼ି ସୋ’ରେ ମଧ୍ୟ ଅଂଶଗ୍ରହଣ କରିସାରିଛନ୍ତି ।

Share this story