ଧାବିକା ଦୂତୀଙ୍କ ଦମଦାର ପ୍ରଦର୍ଶନ: ଅର୍ଜୁନ ସମ୍ମାନରେ ହେବେ ସମ୍ମାନିତ

ଧାବିକା ଦୂତୀଙ୍କ ଦମଦାର ପ୍ରଦର୍ଶନ: ଅର୍ଜୁନ ସମ୍ମାନରେ ହେବେ ସମ୍ମାନିତ
ଧାବିକା ଦୂତୀଙ୍କ ଦମଦାର ପ୍ରଦର୍ଶନ: ଅର୍ଜୁନ ସମ୍ମାନରେ ହେବେ ସମ୍ମାନିତ

ଓଡ଼ିଆ ଗସିପ ବ୍ୟୁରୋ: ଜାତୀୟ ସ୍ତରରେ ଚମକିଲେ ଅନ୍ତର୍ଜାତୀୟ ଧାବିକା ଓଡ଼ିଆ ଝିଅ ଦୂତୀ ଚାନ୍ଦ । ଅର୍ଜୁନ ପୁରସ୍କାର ପାଇଁ ଦୁତିଙ୍କ ନାଁ ଘୋଷଣା କରିଛି କ୍ରୀଡ଼ା ମନ୍ତ୍ରାଳୟ । ଭାରତୀୟ କ୍ରୀଡା ଜଗତର ଏହି ସମ୍ମନଜନକ ପୁରସ୍କାର ହାସଲ କରିବାରେ ଦୂତୀ ହେବେ ରାଜ୍ୟର ନବମ କ୍ରୀଡାବିତ ।

ଦୂତୀ ଚାନ୍ଦଙ୍କ ସହ ୨୭ ଜଣ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର । କ୍ରିକେଟର ଇଶାନ୍ତ ଶର୍ମା, ତୀରନ୍ଦାଜ ଅତନୁ ଦାସ, ବନ୍ଧୁକ ଚାଳକ ମନୁ ଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିବ ଉତ୍କୃଷ୍ଟ କୋଚିଂ ପାଇଁ ୮ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମନୋନିତ କରାଯାଇଛି ।

ସେହିପରି ୫ କ୍ରୀଡ଼ାବିତ ପାଇବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର । କ୍ରିକେଟର ରୋହିତ ଶର୍ମା ପାଇବେ ଖେଳରତ୍ନ ପୁରସ୍କାର । ସେହିପରି ପାରା ଆଥଲେଟ ମରିୟାପ୍ପାନ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରାଙ୍କୁ ମଧ୍ୟ ଖେଳ ରତ୍ନ ମିଳିବ । କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ଓ ହକି ଖେଳାଳି ରାଣୀଙ୍କୁ ମଧ୍ୟ ଖେଳ ରତ୍ନ ପୁରସ୍କାର ପାଇଁ ମନୋନିତ କରାଯାଇଛି ।

ପୂରା ତାଲିକା- ଅର୍ଜୁନ ପୁରସ୍କାର:

ଅତନୁ ଦାସ (ତୀରନ୍ଦାଜ), ଦୂତୀ ଚାନ୍ଦ (ଆଥଲେଟିକ୍ସ), ସତୀଶ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଚନ୍ଦ୍ରଶେଖର ରେଡ୍ଡୀ (ବ୍ୟାଡମିଣ୍ଟନ), ବିଶେଷ ଭୃଗୁବଂଶୀ ( ବାସ୍କେଟବଲ), ସୁବେଦାର ମାନିସ କୌଶିକ (ବକ୍ସିଂ), ଲୋଭିନା ବରଗୋହେନ( ବକ୍ସିଂ), ଇଶାନ୍ତ ଶର୍ମା (କ୍ରିକେଟ), ଦିପ୍ତି ଶର୍ମା (କ୍ରିକେଟ), ସାଓ୍ନ୍ତ ଅଜୟ ଅନନ୍ତ ( ଅଶ୍ୱାରୋହଣ), ସଂଦେଶ ଝିଙ୍ଗନ (ଫୁଟବଲ), ଅଦିତି ଅଶୋକ ( ଗଲ୍ଫ), ଅକାଶଦୀପ ସିଂ ଓ ଦୀପିକା (ହକି), ଦୀପକ (କବାଡି), କାଲେ ସୁଧାକର ( ଖୋ ଖୋ), ଦତ୍ତୁ ବାବନ ଭୋକାନାଲ( ନୌଚାଳନା), ମାନୁ ଭାସ୍କର ଓ ସୌରଭ ଚୌଧୁରୀ ( ବନ୍ଧୁକ ଚାଳନା), ମଧୁରିକା ସୁହାସ ପାଟକର (ଟେବୁଲ ଟେନିସ), ଦିଭିଜ ସରନ (ଟେନିସ), ସିୟା କେଶବନ୍ (ଶୀତକାଳୀନ କ୍ରୀଡା), ଦିବ୍ୟା କକରନ ଓ ରାହୁଲ ଆବାରେ (କୁସ୍ତି), ସୁୟାଂଶ ନାରାୟଣ ଯାଦବ (ପାରା ସନ୍ତରଣ), ସନ୍ଦିପ (ପାରା ଅଥଲେଟିକ୍ସ), ମନୀଷ ନରଓ୍ାଲ ( ପାରା ସୁଟିଂ) ।

Share this story