ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମ ପାଇଁ ଏହି ସବୁ ଖେଳାଳିଙ୍କ ନାମ ଘୋଷଣା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମ ପାଇଁ ଏହି ସବୁ ଖେଳାଳିଙ୍କ ନାମ ଘୋଷଣା

ଓଡ଼ିଆ ଗସିପ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା । ଟି-ଟ୍ବେଣ୍ଟି, ଦିନିକିଆ ଏବଂ ଟେଷ୍ଟ ମ୍ଯାଚ ପାଇଁ ଦଳ ଘୋଷଣା ହୋଇଛି । କ୍ଯାପଟେନ୍ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ସମସ୍ତ ୩ ଫର୍ମାଟରେ ଦଳ ଘୋଷଣା ହୋଇଛି ।

ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି-ଟ୍ବେଣ୍ଟି, ୩ଟି ଦିନିକିଆ ଏବଂ ୪ଟି ଟେଷ୍ଟ ମ୍ଯାଚ୍ ଖେଳିବ ।  ବିରାଟ କୋହଲିଙ୍କ ସମେତ ଶିଖର ଧାଓ୍ୱନ, ମୟଙ୍କ ଅଗ୍ରଓ୍ୱାଲ, କେ.ଏଲ. ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ଯା, ସଂଜୁ ସାମସନ, ରବୀନ୍ଦ୍ର ଜାଡେଜା, ଓ୍ୱାସିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜସପ୍ରିତ୍ ବୁମରା, ମହମ୍ମଦ ସାମି, ନବଦୀପ ସୈନି, ଦୀପକ ଚହର, ଏବଂ ବରୁଣ ଚକ୍ରବର୍ତ୍ତୀ ।

ସେହିପରି ଦିନିକିଆ ସ୍କ୍ବାଡ୍ ରେ ବିରାଟ କୋହଲି ଶିଖର ଧାଓ୍ୱନ, ଶୁଭମନ ଗିଲ୍, କେ.ଏଲ. ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ଯା, ମୟଙ୍କ ଅଗ୍ରଓ୍ୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରିତ ବୁମରା, ମହମ୍ମଦ ସାମି, ନବଦୀପ ସୈନି, ଏବଂ ଶାର୍ଦ୍ଦୁଳ ଠାକୁର ।

ଟେଷ୍ଟ ଟିମ ପାଇଁ ସ୍ଥାନ ପାଇଥିବା ଖେଳାଳି ହେଲେ ବିରାଟ କୋହଲି, ମୟଙ୍କ ଅଗ୍ରଓ୍ୱାଲ, ପୃଥ୍ବୀ ଶ, କେ.ଏଲ. ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ଯ ରାହାଣେ, ହନୁମାନ ବିହାରୀ, ଶୁଭମନ ଗିଲ, ରିଦ୍ଧିମନ ଶାହା, ଋଷଭ ପନ୍ଥ, ଜସପ୍ରିତ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀବ ସୈନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର. ଅଶ୍ୱୀନ ଏବଂ ମହମ୍ମଦ ଶିରାଜ ଏହାସହ ଦଳ ସହ ୪ ଜଣ ଅତିରିକ୍ତ ବୋଲର ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ସେମାନେ ହେଲେ କମଲେଶ ନଗରକୋଟି, କାର୍ତ୍ତିକ ତ୍ଯାଗୀ, ଇଶାନ ପୋରେଲ ଏବଂ ଟି. ନଟରାଜନ୍ ।

adimg

Share this story