ଟିମ୍ ଇଣ୍ଡିଆ ପାଇଁ ବାଧକ ସାଜିବ କି ବର୍ଷା ? ଯଦି ଏମିତି ହୁଏ ତେବେ ପାକିସ୍ତାନ ପାଇଁ ଖୋଲିବ ସେମିଫାଇନାଲ ବାଟ

will rain affect India to get semifinal berth

ଓଡ଼ିଆ ଗସିପ ବ୍ୟୁରୋ : ଟି-୨୦ ବିଶ୍ୱକପରେ ନିଜର ଚତୁର୍ଥ ମୁକାବିଲାରେ ବାଂଲାଦେଶକୁ ଭେଟି ଟିମ୍ ଇଣ୍ଡିଆ ସେମି ଫାଇନାଲରେ ଜାଗା ରଖିବା ରେ ସଫଳତା ଆଡକୁ ଆଉ ଏକ ପାଦେ ଆଗେଇ ସାରିଛି । ଏହି ମ୍ୟାଚରେ ବିଜୟୀ ହୋଇ ରୋହିତ ବାହିନୀ ଆଗକୁ Zimbabwe ସହିତ ମ୍ୟାଚ ଖେଳିବ । ଅନ୍ୟପଟେ Zimbabwe ମଧ୍ୟ ସମାନ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ।

କିନ୍ତୁ ଏସବୁ ଭିତରେ ଏହି ହାଇଭୋଲଟେଜ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ବୁଧବାର ଆଡିଲେଡ୍‌ରେ ମୁଷଳଧାରାରେ ବର୍ଷା ହୋଇଥିବା ବେଳେ ଗୁରୁବାର ବର୍ଷାର ପରିମାଣ କମିଛି । କିନ୍ତୁ ଯଦି ବର୍ଷା ମ୍ୟାଚରେ ବାଧକ ସୃଷ୍ଟି କରେ ତେବେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ଯାତ୍ରା ଆଉ ଏତେଟା ସହଜ ହେବ ନାହିଁ । କାରଣ ଭାରତ ଏଯାବତ 4ଟି ମ୍ୟାଚରୁ 3ଟିରେ ବିଜୟୀ ହୋଇ 6 ପଏଣ୍ଟ ରେ ସ୍କୋର ବୋର୍ଡ ରେ ଶୀର୍ଷରେ ରହିଛି ।

ସେପଟେ Zimbabwe ମଧ୍ୟ 4 ମ୍ୟାଚରୁ ଗୋଟାଏ ଜିତି 3 ପଏଣ୍ଟ ହାସଲ କରିଛି । ଏତିକି ମଧ୍ୟରେ Zimbabwe ଦୁଇ ଦିନ ତଳେ ପାକିସ୍ତାନ ବିରୋଧରେ ଏକ ରୋମାଞ୍ଚକ ମ୍ୟାଚ ଖେଳି ପାକିସ୍ତାନ କୁ ହରାଇ ଥିଲା । ତେବେ ଯଦି ବର୍ଷା ବାଧକ ସାଜେ ତେବେ ଭାରତ ପାଇଁ ସେମି ଫାଇନାଲରେ ଜାଗା ରଖିବା କଷ୍ଟକର ହୋଇପଡିବ ।

ଯଦି ବର୍ଷା କାରଣରୁ ମ୍ୟାଚ୍ ରଦ୍ଦ ହୁଏ ତେବେ ଉଭୟ ଭାରତ ଓ Zimbabweକୁ ୧ ପଏଣ୍ଟ ଲେଖାଏଁ ମିଳିବ । କିନ୍ତୁ ଏହା ଭାରତ ପାଇଁ ଏତେଟା ଶୁଭ ସଂକେତ ହୋଇନପାରେ । କାରଣ ଶେଷ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ହେଲେ ଏହି ମ୍ୟାଚ୍ ରେ ବର୍ଷା ଭାରତ ପାଇଁ ଜିତ ଆଣିଦେଇଥିବା ବେଳେ ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ବର୍ଷା ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।

ଚଳିତ ଟି-୨୦ ବିଶ୍ୱକପରେ ମେଲବୋର୍ଣ୍ଣରେ ହେବାକୁ ଥିବା ଅଧିକାଂଶ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଛି । ତେଣୁ ଭାରତ-ଜିମ୍ବାୱେ ମ୍ୟାଚ ଉପରେ ମଧ୍ୟ ବର୍ଷାର କଳାବାଦଲ ଢାଙ୍କି ହୋଇ ରହିଛି ।

ଆଉ ଯଦି ଏଭଳି ସ୍ଥିତି ଉପୁଜେ ତେବେ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହେବ । କାରଣ ଭାରତ ଓ ପାକିସ୍ତାନ ମଧ୍ୟରେ ରନରେଟ ବ୍ୟବଧାନ ମଧ୍ୟ ସେତେ ଅଧିକ ନାହିଁ । କାହିଁକି ନା ଯଦି ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଭଲ ପ୍ରଦର୍ଶନ କରେ ତେବେ ପଏଣ୍ଟ ସ୍କୋର ବୋର୍ଡ ରେ ପାକିସ୍ତାନ ଅଧିକ ପଏଣ୍ଟ ହାସଲ କରିନେବ ଯାହାକି ଭାରତ ସହିତ ପାଖାପାଖି ସମାନ ରହିବ ।

ଏହାଛଡା ଭାରତ ବର୍ଷା କାରଣରୁ ମ୍ୟାଚ୍ ଖେଳିନପାରେ ଓ ପାକିସ୍ତାନ ୨ଟି ମ୍ୟାଚରେ ବଡ ବ୍ୟବଧାନରେ ବିଜୟୀ ହୁଏ ତେବେ ସେମିଫାଇନାଲ ଟିକେଟ ହାତେଇବ ପାକିସ୍ତାନ ।

Share this story