ଭାରତ ଓ ବାଂଲାଦେଶ ମ୍ୟାଚ୍ ରେ ଇତିହାସ ରଚିଲେ ବିରାଟ କୋହଲି, ଭାଙ୍ଗିଦେଲେ ଏହି ବିଶ୍ୱ ରେକର୍ଡ...

ଓଡ଼ିଆ ଗସିପ ବ୍ୟୁରୋ: ବିରାଟ ଓ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବାଂଲାଦେଶ ସାମ୍ନାରେ ୧୮୫ ରନର ବିଶାଳ ବିଜୟଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ କିଛି ଓଭରରେ ଦମଦାର ପ୍ରଦର୍ଶନ କରିଥିଲା । ଏପରିକି ଭାରତ ସହଳ ରୋହିତଙ୍କ ୱିକେଟ ମଧ୍ୟ ହରାଇଥିଲା ।
ତେବେ ଏହାପରେ ରାହୁଲଙ୍କର ବିସ୍ଫୋରକ ଇନିଂସ ଦେଖିଥିଲେ କ୍ରିକେଟପ୍ରେମୀ । ୩୨ ବଲରେ ୫୦ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିବା ପୂର୍ବରୁ ଦୃଢ ସ୍ଥିତିରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ ।
ଏହାପରେ କୋହଲିଙ୍କ ବ୍ୟାଟରୁ ହୋଇଥିଲା ରନ୍ ବର୍ଷା । ବାଂଲାଦେଶର ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କୋହଲି ଭାରତର ସ୍କୋର ୧୮୪ ରନରେ ପହଞ୍ଚାଇଥିଲେ ।
India finish strongly to set Bangladesh a target of 185 🔥
— ICC (@ICC) November 2, 2022
Who is winning?#T20WorldCup | #INDvBAN | 📝: https://t.co/vDRjKeeGvf pic.twitter.com/iLVp1UT35p
ଉଭୟ ଭାରତ ଓ ବାଂଲାଦେଶ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱ ବହନ କରୁଛି । ଉଭୟ ଟିମ୍ ଏହି ମ୍ୟାଚରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ।
କେବଳ ଏତିକି ନୁହେଁ ଅର୍ଦ୍ଧଶତକ ସହ ବିରାଟ ଟି-୨୦ ବିଶ୍ୱକପର ସର୍ବାଧିକ ସ୍କୋର ହାସଲକାରୀ ଖେଳାଳୀ ପାଲଟିଛନ୍ତି । ଜୟବର୍ଦ୍ଧନେଙ୍କ ନାଁରେ ଥିବା ସର୍ବାଧିକ ରନ୍ ସ୍କୋରର ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି ।