ସୂର୍ଯ୍ୟ ଏବଂ ଏବି ଡି ଭିଲିୟର୍ସଙ୍କ ଭଳି 360 ଶଟ୍ କଣ ପାଇଁ ଖେଳନ୍ତି ନାହିଁ କୋହଲି? କାରଣ ଜାଣିଲେ ସବୁ କ୍ରିକେଟ୍ ପ୍ରେମୀ ହେବେ ଆଶ୍ଚର୍ଯ୍ୟ...

surya kumar shot

ଓଡ଼ିଆ ଗସିପ ବ୍ୟୁରୋ: କ୍ରିକେଟ୍ ଅଗ୍ରଗତି କରୁଥିବା ବେଳେ ବ୍ୟାଟିଂ ଏବଂ ବୋଲିଂରେ ଆଧୁନିକତା ମଧ୍ୟ ବଢୁଛି । ଆଜିର କ୍ରିକେଟ୍ ଦୁନିଆରେ ଅନେକ ଫ୍ୟାନ୍ସି ସଟ୍ ଖେଳାଯାଉଛି । ଏଥି ସହିତ ବ୍ୟାଟ୍ସମ୍ୟାନମାନେ କ୍ରିକେଟ୍ ସଟ୍ ବଦଳରେ ଫ୍ୟାନ୍ସି ସଟ୍ ଖେଳିବାକୁ ଅଧିକ ପସନ୍ଦ କରନ୍ତି । ତେବେ ଏହି ପ୍ରସଙ୍ଗରେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ । କୋହଲି ସବୁବେଳେ ପ୍ରଫେଟ୍ କ୍ରିକେଟ୍ ସଟ୍ ଖେଳୁଥିବା ଦେଖାଯାଏ ।

ଯେତେବେଳେ କୋହଲିଙ୍କୁ ପଚରାଗଲା ସେ କାହିଁକି ଏବି ଡି ଭିଲିୟର୍ସ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ଭଳି ସଟ ଖେଳନ୍ତି ନାହିଁ? ଏହା ଉପରେ ସେ ଏକ ହୃଦୟ ଜିତିବା ଭଳି ବୟାନ୍ ଦେଇଥିଲେ ।

କଣ କହିଥିଲେ କିଙ୍ଗ୍ କୋହଲି :

ସିଡନୀ ମର୍ନିଂ ହୋରାଲ୍ଡଙ୍କ ଆଲୋଚନା ସମୟରେ ପୂର୍ବତନ କ୍ରିକେଟ୍ ଇଆନ୍ ଚାପେଲ ବିରାଟ କୋହଲିଙ୍କ ଏକ ଛକା ଶର୍ଟ ବିଷୟରେ କହିଥିଲେ, ଯାହା ଟି -20 ବିଶ୍ୱକପ 2022 ର ପ୍ରଥମ ମ୍ୟାଚରେ ବିରାଟ, ହାରିସ୍ ରାଉଫଙ୍କ ବଲରେ ମାରିଥିଲେ ।

ବିରାଟ କୋହଲିଙ୍କ ସହ କରାଯାଇଥିବା ପୁରୁଣା ସାକ୍ଷାତକାର ବିଷୟରେ ଇୟାନ୍ କହିଛନ୍ତି, “ଆମେ ବିରାଟଙ୍କୁ କିଛି ବର୍ଷ ପୂର୍ବରୁ ସାକ୍ଷାତକାରରେ ପଚାରିଥିଲେ । ଯେଉଁଥିରେ ଆମେ ବିରାଟଙ୍କୁ ପଚାରିଲୁ ସେ କାହିଁକି ଫ୍ୟାନ୍ସି ଶର୍ଟ ଖେଳନ୍ତି ନାହିଁ ।

କୋହଲି ଏହାର ଜବାବ ଦେଇ କହିଥିଲେ ଯେ ସେହିଭଳି ଶଟ୍‌ ତାଙ୍କ ଟେଷ୍ଟ କ୍ରିକେଟ୍ ଉପରେ ପ୍ରଭାବ ପକାଇବ । ବିରାଟଙ୍କ ବିଷୟରେ ଏହା ହେଉଛି ବିଶେଷ କଥା । ସେ କ୍ରିକେଟରେ ପ୍ରଫେଟ୍ ସଟ୍ ଖେଳି ଏତେ ଗୁଡାଏ ରନ୍ ସଂଗ୍ରହ କରିଛନ୍ତି । 

Share this story