ମଝି ମଇଦାନରେ ଏହି ପାକିସ୍ତାନୀ ଖେଳାଳୀ କଲେ ଜବରଦସ୍ତ ରୋମାନ୍ସ , ସୋସିଆଲ ମିଡିଆରେ ହେଉଛନ୍ତି ପ୍ରବଳ ଟ୍ରୋଲ

cricket

ଓଡ଼ିଆ ଗସିପ୍ ବ୍ୟୁରୋ: ପାକିସ୍ତାନ- ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଟେଷ୍ଟ ସିରିଜ୍ ର ତୃତୀୟ ଟେଷ୍ଟ ଖେଳାଯାଉଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ରୋଚକ ଖବର । ଏହାକୁ ଆପଣ କଉତିକିଆ ରୋଚକ ଦୃଶ୍ୟ ବୋଲି ମଧ୍ୟ କହିପାରିବେ । ମ୍ୟାଚ ବେଳେ ଏମିତି ଏକ ଘଟଣା ଘଟିଗଲା ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରକୃତରେ ଡେଭିଡ୍ ୱାର୍ଣ୍ଣର ଏବଂ ସାହିନ୍ ଆଫ୍ରିଦ୍ ସୋସିଆଲ ମିଡିଆରେ ଟ୍ରୋଲ ହୋଇଯାଇଛନ୍ତି । ଅଷ୍ଟ୍ରେଲିଆର ଦ୍ୱିତୀୟ ପାରିର ଖେଳ ମଝିରେ ଡେଭିଡ୍ ୱାର୍ଣ୍ଣରଙ୍କୁ ସାହିନ୍ ଅଫ୍ରିଦ୍ ଏକ ବଲ୍ ପକାଇଥିଲେ ଯାହାକୁ ଡିଫେନ୍ସ କରିଥିଲେ । କିନ୍ତୁ ସାହିନ୍ ଆଫ୍ରିଦ୍ ଫାଲୋ ଥ୍ରୋ କରିବା ପରେ ଏହା ସିଧା ଡେଭିଡ୍ ୱାର୍ଣ୍ଣରଙ୍କ ପାଖକୁ  ଚାଲିଯାଇଥିଲେ ଏବଂ ତାଙ୍କୁ ବାଙ୍କ ଚାହାଣୀ ଦେଇ ଚାହିଁବାକୁ ଲାଗିଲେ ।



 

ଏହା ପରେ ଜଣେ  ଆରଡଣଙ୍କୁ ସମ୍ମୁଖରେ ଛିଡ଼ା ହୋଇଗଲେ ।  କିଛି ସମୟ ପରେ ଉଭୟେ ହସି ଦେଇ ଆଗକୁ ବଢ଼ିଥିଲେ, କିନ୍ତୁ ଏହି ସିନ୍ ବା ଫଟୋ ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛି  ।  ଲୋକେ ଏହାକୁ କମେଡିଆ ଆନ୍ଦାଜରେ ଦେଖୁଛନ୍ତି ଏବଂ ଟ୍ରୋଲ କରି ଏହାର ମଜା ନେଉଛନ୍ତି ।  

ଲୋକମାନେ ଜମେଇକି ନେଉଛନ୍ତି ମଜା !

ଜଣେ ସୋସିଆଲ ମିଡିଆ ୟୁଜର୍ସ ଆଶିକ୍ ଫିଲ୍ମର ପୋଷ୍ଟର ଭଳି ବନାଇ ଏହବାକୁ ପୋଷ୍ଟ କରି ସେୟାର କରିଛନ୍ତି ଯାହା ଏବେ ବେଶ୍ ଭାଇରାଲ ହେଉଛି    ସେପଟେ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଡେଭିଡ୍ ୱାର୍ଣ୍ଣର ଶେଷରେ 22 କୋଟି ପାକିସ୍ତାନୀ କ୍ରିକେଟ ଫ୍ୟାନ୍ ଙ୍କ ଦିଲ୍ ଜିତିଗଲେ  । ପାକିସ୍ତାନ ଟୁର୍ ର ଏହା ସବୁଠାରୁ ମନୋରଞ୍ଜନକାରୀ ସିନ୍ । 


 

ଲାହୋରରେ ଖେଳାଯାଉଛି ତୃତୀୟ ଟେଷ୍ଟ

ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଦ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଲାହୋର ଷ୍ଟାଡିୟମରେ ଖେଳା ଯାଉଛି  । ସିରିଜ୍ ର ପ୍ରଥମ ଦୁଇଟି ମ୍ୟାଚ ଡ୍ର ରହିଛି ।  ପ୍ରଥମରୁ ହିଁ ପାକିସ୍ତାନର ପିଚ୍ କୁ ନେଇ ପ୍ରବଳ ସମାଲୋଚନା କରାଯାଉଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ପାଳିରେ 391 ରନ୍ ଏବଂ 227 ରନ୍ କରି ଦ୍ୱିତୀୟ ପାଳି ଘୋଷଣା କରିଛି । ପାକିସ୍ତାନ ନିଜର ପ୍ରଥମ ପାଳିରେ 268ରନ୍ କରିଥିଲା । ଯେଉଁଥିରେ ସବୁଠାରୁ ଅଧିକ ରନ୍ ଅବଦ୍ଦୁଲା ସଫିକ୍ କରିଛନ୍ତି । ଏବେ ପାକିସ୍ତାନ ଟିମ୍ ଶେଷ ଦିନର ମ୍ୟଚ ଜିତିବାକୁ 278 ରନ୍ ଦରକାର । ...

 

Share this story

News Hub