T20 World Cup: ଜିମ୍ବାଓ୍ଵେକୁ ହରାଇ Group-୨ର ଶୀର୍ଷରେ ଟିମ ଇଣ୍ଡିଆ, ସେମିରେ ଇଂଲଣ୍ଡ ସହ ମୁକାବିଲା କରିବ ଭାରତ...
Nov 6, 2022, 17:06 IST

ଓଡ଼ିଆ ଗସିପ ବ୍ୟୁରୋ: ଟି-୨୦ ବିଶ୍ଵ କପ୍ ୨୦୨୨ର ସୁପର ୧୨ ମୁକାବିଲାରେ ପୁଣି ଚମକିଲା ଭାରତ । ଶେଷ ମୁକାବିଲାରେ ଜିମ୍ବାଓ୍ଵେକୁ ୭୧ ରନରେ ହରାଇ ଭାରତ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି ।
ଭାରତ ସେମି ଫାଇନାଲ୍ରେ Group-୧ର ଦ୍ଵିତୀୟରେ ଥିବା ଇଂଲଣ୍ଡକୁ ଭେଟିବ । ସୁର୍ଯ୍ୟକୁମାର ଯାଦବଙ୍କ ୬୧ ରନର ବିସ୍ଫୋରକ ଇନିଂସ ଏବଂ କେଏଲ ରାହୁଲଙ୍କ ୫୧ ରନ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା ।
ଜବାବରେ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି ।
ଦଳ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।