ବିରାଟ କୋହଲିଙ୍କର ଏହି ୩ ରେକର୍ଡ଼ ଯାହାକୁ କେବେବି ଭାଙ୍ଗି ପାରିବେନି ରୋହିତ ଶର୍ମା, ଜାଣନ୍ତୁ କଣ ଏହିସବୁ ରେକର୍ଡ

virat kohli record

ଓଡ଼ିଆ ଗସିପ ବ୍ୟୁରୋ: ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ ଦଳର ମଙ୍ଗ ସମ୍ଭାଳିଛନ୍ତି ଅଧିନାୟକ ରୋହିତ ଶର୍ମା । ନିୟମିତ ଅଧିନାୟକ ହେବାପରେ ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଧଳା ବଲ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରୁଛି।

ଆଗାମୀ ଦିନରେ ଟେଷ୍ଟ ଫର୍ମାଟରେ ମଧ୍ୟ ସମାନ ପ୍ରକାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ, ବିରାଟ ଦଳର ଅଧିନାୟକ ଥିବାବେଳେ ଏପରି କିଛି ଉପଲବ୍ଧି ହାସଲ କରିଛନ୍ତି ଯାହାକୁ ରୋହିତ ହାସଲ କରିବା କାଠିକର ପାଠ ସାବ୍ୟସ୍ତ ହୋଇପାରେ ।

୧ - ୨୦୧୪ ମସିହାରୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ସମ୍ଭାଳିଥିବା ବିରାଟ କୋହଲି ଏହାରି ଭିତରେ ୬୮ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳର ଅଧିନାୟକ ରହିଛନ୍ତି । ବିରାଟଙ୍କର ଏହି ରେକର୍ଡ଼କୁ ଭାଙ୍ଗିବା ରୋହିତ ପାଇଁ ଏକ ପ୍ରକାର ଅସମ୍ଭବ ଅଟେ ।

୨ - ଏକଦିବସୀୟ କ୍ରିକେଟରେ ରୋହିତ ଶର୍ମାଙ୍କ ନାମରେ ତିନୋଟି ଦ୍ଵିଶତକ ରହିଛି । ଏହାବ୍ୟତୀତ ତାଙ୍କ ନାମରେ ୨୬୪ ରନର ସବୁଠାରୁ ବଡ଼ ବ୍ୟକ୍ତିଗତ ସ୍କୋର ହାସଲ କରିବାର ମଧ୍ୟ ରେକର୍ଡ଼ ରହିଛି ।

କିନ୍ତୁ, ଅନ୍ୟପକ୍ଷରେ ଜଣେ ଅଧିନାୟକ ଭାବରେ ଦେଖିବାକୁ ଗଲେ ବିରାଟ କୋହଲି ଭାରତ ପାଇଁ ୯୫ ମ୍ୟାଚରେ ଅଧିନାୟକତ୍ଵ କରି ୫୪୪୯ ରନ୍ ସଂଗ୍ରହ କରିଛନ୍ତି । ଏହି ରେକର୍ଡ଼କୁ ଭାଙ୍ଗିବା ହୁଏତ ରୋହିତଙ୍କ ପକ୍ଷରେ ସମ୍ଭବ ହୋଇନପାରେ ।

୩ - ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଥିବା ସମୟରେ ବିରାଟ ୭ଟି ଦ୍ଵିଶତକ ହାସଲ କରି ପାରିଥିଲେ । ଏପରିକି ଗୋଟିଏ ବର୍ଷ ମଧ୍ୟରେ ହିଁ ବିରାଟ ୬ଟି ଦ୍ବିଶତକ ହାସଲ କରି ପାରିଥିଲେ । ରୋହିତ ଆଉ ମାତ୍ର ୨-୩ ବର୍ଷ ଟେଷ୍ଟ କ୍ରିକେଟ ଖେଳିବାକୁ ଯାଉଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କ ପାଇଁ ଏହି ରେକର୍ଡ଼ ଭାଙ୍ଗିବା କଷ୍ଟକର ହେବ ।

Share this story