ଲଗାତାର ତିନି ତିନି ଥରର ବିଜୟ ପରେ ଗତରାତିରେ ହାରିଗଲା ମୋଦିଙ୍କ ଗୁଜରାଟ; ଜିତିଲା କେସିଆରଙ୍କ ହାଇଦ୍ରାବାଦ
ଓଡ଼ିଆ ଗସିପ ବ୍ୟୁରୋ: ମୁମ୍ବାଇର ଡଃ ଡି.ଓ୍ବାଇ. ପାଟିଲ କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୨୧ତମ ମ୍ୟାଚରେ ଗୁଜୁରାଟକୁ ୮ ଓ୍ବିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ଗୁଜୁରାଟ ଦ୍ବାରା ରଖାଯାଇଥିବା ୧୬୩ ରନର ଲକ୍ଷ୍ୟକୁ ହାଇଦ୍ରାବାଦ ଦଳ ୨୦ ତମ ଓଭରରେ ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଧିନାୟକ କେନ ଓ୍ବିଲିୟମସନ ୫୭ ରନ ଓ ଅଭିଷେକ ଶର୍ମା ୪୨ ରନ କରିଥିଲେ ।
ନିକୋଲାସ ପୁରନ ଅପରାଜିତ ୩୪ ରନ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ । ଗୁଜୁରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରସିଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
Trophies and heroes galore for our second win on the bounce. 🧡#SRHvGT #OrangeArmy #ReadyToRise #TATAIPL pic.twitter.com/Nj4iEoOJ7C
— SunRisers Hyderabad (@SunRisers) April 11, 2022
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୨ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ କରିଥିବାବେଳେ ଅଭିନବ ମନୋହର ୩୫ ରନ କରିଥିଲେ । ଓପନର ମାଥ୍ୟୁ ଓ୍ବାଡେ ୧୯ ରନ କରିଥିଲେ ।
ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ଓ ଟି.ନଟରାଜନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମାର୍କୋ ଜାନସେନ ଓ ଉମରାନ ମଲ୍ଲିକ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।