ଚେନ୍ନାଇ ସୁପର କିଙ୍ଗସ୍ର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ, ନିଜ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାପଟେନ ଦାୟିତ୍ୱ ଦେଲେ ଧୋନୀ

ଓଡ଼ିଆ ଗସିପ ବ୍ୟୁରୋ: ବଦଳିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକ। ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକତ୍ୱ ଛାଡିଛନ୍ତି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ସିଏସକେର ଅଧିନାୟକ କରାଯାଇଛି। ଧୋନି ଏବେ ଜଣେ ଖେଳାଳି ଭାବରେ ଦଳ ସହିତ ଖେଳିବା ଜାରି ରଖିବେ।
When you retired, Virat said "you will always be my captain". Today, you gave up the CSK captaincy baton to other. There will be no leader like Mahi ever, weather for India or any team. A leader will always remain leader who always hunted from the front and without fear.#MSDhoni pic.twitter.com/LjIvHhlvMP
— Chandan Ray (@imchandanRay) March 24, 2022

ଏଥର ସିଏସକେ ରବୀନ୍ଦ୍ର ଜାଦେଜା ଏବଂ ଧୋନିଙ୍କ ସମେତ ୪ଜଣ ଖେଳାଳିଙ୍କୁ କିଣିଥିଲା। ଜାଦେଜାଙ୍କୁ ୧୬କୋଟି ଟଙ୍କାରେ କିଣାଯାଇଥିବା ବେଳେ ଧୋନିଙ୍କୁ ୧୨କୋଟି ଟଙ୍କାରେ କିଣାଯାଇଥିଲା। ତାଙ୍କ ବ୍ୟତୀତ ମୋଇନ୍ ଅଲ୍ଲୀଙ୍କୁ ୮କୋଟି ଏବଂ ରୁତୁରାଜ ଗାଇକୱାଡଙ୍କୁ ୬କୋଟି ଟଙ୍କାରେ କିଣାଯାଇଥିଲା। ଜାଦେଜା ୨୦୧୨ମସିହାରୁ ଚେନ୍ନାଇ ଦଳ ସହିତ ରହିଆସିଥିବା ବେଳେ ସେ ସିଏସକେ ଦଳର ତୃତୀୟ ଅଧିନାୟକ ହେବାକୁ ଯାଉଛନ୍ତି। ମହେନ୍ଦ୍ର ସିଂ ଧୋନି ୨୦୦୮ରେ ଆଇପିଏଲର ପ୍ରଥମ ସିଜନ୍ ଠାରୁ ଦଳର ନେତୃତ୍ୱ ନେଉଥିଲେ। ଧୋନୀ ୨୧୩ଟି ମ୍ୟାଚର ଅଧିନାୟକତ୍ୱ କରିଥିବାବେଳେ ଦଳକୁ ସେ ୧୩୦ଟି ମ୍ୟାଚରେ ବିଜୟୀ କରାଇଛନ୍ତି। ସୁରେଶ ରାଇନା ମଧ୍ୟ ୬ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି, ସେଥିମଧ୍ୟରୁ ଦଳ ମାତ୍ର ୩ଟି ମ୍ୟାଚ ଜିତିଛି।
ଆଇପିଏଲ୍-୨୦୨୨ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ଏହି ପଞ୍ଚଦଶ ସଂସ୍କରଣର ସମସ୍ତ ମ୍ୟାଚ୍ ମହାରାଷ୍ଟ୍ରର ୪ ଭେନ୍ୟୁରେ ହିଁ ଖେଳାଯିବ। ୨୬ ତାରିଖ ଉଦ୍ଘାଟନୀ ଦିବସରେ ଗତଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କୋଲ୍କାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ତେବେ ଏହା ପୂର୍ବରୁ ସିଏସକେ ନିଜ ଅଧିନାୟକ ବଦଳାଇଛି।