ବର୍ଷା ବାଧକ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ସେମିର ନିକଟତର ଟିମ୍ ଇଣ୍ଡିଆ, ଜାଣନ୍ତୁ କେତେ ପଏଣ୍ଟ ହାସଲ କଲା ଟିମ ଭାରତ...

ଓଡ଼ିଆ ଗସିପ ବ୍ୟୁରୋ: ରୋହିତ ସେନାକୁ ଆଡିଲେଡ୍ ବର୍ଷା ଦେଲା ବିଜୟ । ହଁ କିଛି ଜୋଶ ରେ ଆମେ ଏପରି କହିପାରିବା କାହିଁକି ନା ବଙ୍ଗଳାଦେଶ କୁ ହରାଇ ଭାରତ ଆଜିର T20 ମ୍ୟାଚ କୁ ଜିତିଯାଇଛି । ଟି-୨୦ ବିଶ୍ୱକପ୍ରେ ବୁଧବାର ଗ୍ରୁପ୍-୨’ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିପକ୍ଷ ବାଂଲାଦେଶ ମାତ୍ ଦେଇ ସେମିର ନିକଟତର ହୋଇଛି ।
ଆଜିର ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ଟସ୍ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍ ସଂଗ୍ରହ କରିଛି । ଯାହା ଫଳରେ ମ୍ୟାଚରେ ବିଜୟୀ ହେବାକୁ ବିପକ୍କ୍ଷ ବାଲାଂଦେଶକୁ ୧୮୫ ରନ୍ ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ ।
୧୮୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଦୁଇ ଓପନର ଲିଟନ ଦାସ୍ ଏବଂ ନଜମୁଲ ହୋସେନ ସାଣ୍ଟୋ ଦୃଢ ଆରମ୍ଭ ଦେଇଥିଲେ । ବିଶେଷ କରି ଲିଟନ୍ ଦାସ ଧୂଆଁଧାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ମାତ୍ର ୭ ଓଭରରେ ବାଂଲାଦେଶ ବିନା ଓ୍ଵିକେଟ୍ରେ ୬୬ ରନ କରି ନେଇଥିଲା ।
ଲିଟନ୍ ଦାସ୍ ଅର୍ଦ୍ଧଶତକ ହାସଲ କରିଥିଲେ । ସାତ ଓଭର ପରେ ବର୍ଷା ହେବାରୁ ଓଭର ହ୍ରାସ ହୋଇଥିଲା । ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଅନୁଯାୟୀ ବାଂଲାଦେଶ ସାମ୍ନାରେ ୧୬ ଓଭରରେ ୧୫୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ବାର୍ଷାପରେ ମ୍ୟାଚ ଆରମ୍ଭ ହେବା ପରେ ରୋହିତ ସେନା ଦମ୍ଦାର ଖେଳପଦର୍ଶନ କରିବା ସହ ମ୍ୟାଚରେ ମୋଡକୁ ବଦଳାଇଦେଇଥିଲେ । ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଥିବା ଲିଟନ ଦାସଙ୍କୁ ଏକ ଚମତ୍କାର ଥ୍ରୋ କରି ରନ ଆଉଟ କରିଥିଲେ କେଏଲ ରାହୁଲ । ଏହା ପରେ ବାଂଲାଦେଶର ନିୟମିତ ଓ୍ବିକେଟ ପତନ ହୋଇଚାଲିଥିଲା ।
କିନ୍ତୁ ବାଂଲା ବ୍ୟାଟର ହାର ମାନିନଥିଲେ । ଜଣେ ପରେ ଜଣେ ବ୍ୟାଟର ବଡ଼ ସଟ୍ ଖେଳିବା ସହ ଭାରତର ବିଜୟରେ ବାଧକ ସାଜିବାରେ ଲାଗିଥିଲେ । ତେବେ ଗୋଟିଏ ଓଭରରେ ଅର୍ଶଦୀପ ସିଂହ ଅଫିପ ହୁସେନ(୩ ରନ) ଏବଂ ଅଧିନାୟକ ସାକିବ ଉଲ ହସନ(୧୩ ରନ) ଙ୍କୁ ଆଉଟ୍ କରି ମ୍ୟାଚ୍ର ମଙ୍ଗ ଭାରତ ଆଡକୁ ମୋଡିଥିଲେ ।
ଶେଷ ଓଭରରେ ବାଂଲାଦେଶକୁ ଜିତିବାକୁ ୨୦ ରନ ଦରକାର ଥିବା ବେଳେ ଦଳ ୧୪ ରନ କରି ବିଜୟଠୁ ୫ ରନରୁ ଦୂରରେ ରହିଥିଲା । ୧୬ ଓଭରରେ ପ୍ରତିପକ୍ଷ ଦଳ ୬ ଓ୍ଵିକେଟ୍ ହରାଇ ୧୪୫ ରନ କରିଥିଲା ।ଏହି ବିଜୟ ସହ ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ହାସଲ କରି ୬ ପଏଣ୍ଟ ପାଇବା ସହ ଗ୍ରୁପ-୨ର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।