ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଚାମ୍ପିଅନ୍

team india

ଓଡ଼ିଆ ଗସିପ ବ୍ୟୁରୋ: ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଫାଇନାଲରେ ଭାରତ, ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇ ଭାରତର ଯୁବ ବ୍ରିଗେଡ୍ ତାଜ୍ ପିନ୍ଧିଛନ୍ତି। ଏହାକୁ ମିଶାଇ ୫ମ ଥର ପାଇଁ ଟିମ୍ ଇଣ୍ଡିଆ ଅଣ୍ଡର-୧୯ ୱାର୍ଲଡ୍ କପ୍ ଚାମ୍ପିଅନ୍ ହୋଇଛି। 

ଦୀନେଶ ବାନା ଛକା ମାରି ଭାରତକୁ ମ୍ୟାଚ୍‌ ଜିତାଇଥିଲେ। ୨୦୧୧ରେ ମହେନ୍ଦ୍ର ସିଂ ଧୋନି ଯେଭଳି ଛକା ମାରି ଭାରତକୁ ବିଶ୍ୱ ବିଜେତା କରାଇଥିଲେ, ସେହିପରି ଦୀନେଶ ବାନା ଛକା ମାରି ଭାରତକୁ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Team

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮୯ ରନ୍ କରିଥିଲା। ୧୯୦ ରନ୍ ବିଜୟ ଲକ୍ଷ୍ୟକୁ ଭାରତ ୪୭ ଓଭରରେ ୬ୱିକେଟ୍ ହରାଇ ହାସଲ କରିଥିଲା। ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୩ ଓ ୨୦୧୮ରେ ଅଣ୍ଡର-୧୯ ୱାର୍ଲଡ୍ କପ୍ ଚାମ୍ପିଅନ୍ ଜିତିଛି। ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଭାରତ ଅଣ୍ଡର-୧୯ ୱାର୍ଲଡ୍ କପ୍ ଟାଇଟଲ୍ ଜିତିଛି। 

ଭାରତର ଏହି ଐତିହାସିକ ବିଜୟ ପରେ ଭାରତୀୟ ଦଳ ପାଇଁ BCCI ପୁରସ୍କାର ରାଶି ଘୋଷଣା କରିଛି।  ପ୍ରତି ଖେଳାଳିଙ୍କ ପାଇଁ ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି।

Share this story