T20 World Cup ରେ ବାଂଲାଦେଶ ବିପକ୍ଷରେ ହାରୁଥିବା ମ୍ୟାଚକୁ ଭାରତ ଜିତିଲା କେମିତି ? କଣ ଥିଲା ମ୍ୟାଚର ଟର୍ଣ୍ଣିଙ୍ଗ ପଏଣ୍ଟ ?

turning point

ଓଡ଼ିଆ ଗସିପ ବ୍ୟୁରୋ : କ୍ରିକେଟ ଏମିତି ଏକ ଖେଳ ଯାହା ଟିମ ର ସମସ୍ତ ସଜଯୋଗୀତାରେ ଜିତ ହାସିଲ ହୁଏ । ଖାଲି ଏତିକି ନୁହେଁ ଯିଏ ଯେତେ ପରିଶ୍ରମ ବା ଭଲ ଭାବେ ପ୍ରାକଟିସ ଥାଏ ସେହି ଟିମ ହିଁ ମ୍ୟାଚ ଜିତି ପରେ । ଆଉ ଏକ ଦିଗ ରହୁଛି ଲକ ଓ ବର୍ଷା । ତେଣୁ ବହୁତ ଏମିତି ଦିଗ ରହିଛି କ୍ରିକେଟ ମ୍ୟାଚରେ ସଫଳତା ହାସଲ କରିବା ପାଇଁ ।

ଯେମିତି ଦେଖିବା ବୁଧବାର ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ 20 ଓଭରରେ 6 ୱିକେଟ୍ ହରାଇ 184 ରନ୍ ସଂଗ୍ରହ କରି ବାଂଲାଦେଶକୁ 185 ରନର ଟାର୍ଗେଟ ଦେଇଥିଲା ।

ଏହାର ଜବାବରେ ବାଂଲାଦେଶୀ ଓପନର୍ ଲିଟନ୍ ଦାସ ତାଙ୍କ ଦ୍ରୁତ ବ୍ୟାଟିଂ ସହ ଟିମ୍ ଇଣ୍ଡିଆର ବୋଲରମାନଙ୍କୁ ନିର୍ଧୂମ ପ୍ରହାର କରିଥିଲେ । କିନ୍ତୁ ପରେ ବର୍ଷା ହେତୁ ମ୍ୟାଚ୍ 16 ଓଭରକୁ କମାଯାଇଥିଲା । ଆଉ ସେଠୁ ଟିମ୍ ଇଣ୍ଡିଆ ଆଡ଼କୁ ମ୍ୟାଚର ଗତିପଥ ବଦଳିଗଲା । 

ବର୍ଷା ହେତୁ ମ୍ୟାଚ୍ 16 ଓଭରକୁ କମାଯାଇଥିଲା ଆଉ ବାଂଲାଦେଶକୁ 151 ରନର ଟାର୍ଗେଟ ମିଳିଥିଲା ​। କିନ୍ତୁ ଏହି ସବୁ ମଧ୍ୟରେ ଖରାପ ଫର୍ମ ଦେଇ ଗତି କରୁଥିବା ଲୋକେଶ ରାହୁଲ୍ ଆଜି ଜବରଦସ୍ତ କମବ୍ୟାକ୍ କରିଛନ୍ତି।ସେ ପ୍ରଥମେ ବ୍ୟାଟିଂ କରି 32 ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ ।

ଆଉ ବର୍ଷା ପରେ ମ୍ୟାଚ୍ ଆରମ୍ଭରେ କେ.ଏଲ୍ ରାହୁଲ ଅଷ୍ଟମ ଓଭରର ଦ୍ୱିତୀୟ ବଲରେ ରକେଟ୍ ବେଗରେ ଥ୍ରୋ କରି ବାଂଲାଦେଶୀ ଓପନର୍ ଲିଟନ୍ ଦାସଙ୍କୁ ରନ ଆଉଟ୍ କରିଥିଲେ । ଯେତେବେଳେ ଲିଟନ୍ ଫର୍ମରେ ଥିଲେ ସେହି ସମୟରେ ରାହୁଲ୍ ତାଙ୍କୁ ରନ ଆଉଟ୍ କରି ଭାରତକୁ ମ୍ୟାଚ ଜିତାଇବାର କାରଣ ସାଜିଥିଲେ । 

କଣ ଥିଲା ମ୍ୟାଚ ର ଟର୍ଣ୍ଣିଙ୍ଗ ପଏଣ୍ଟ ?

ବାଂଲାଦେଶ ଓପନର୍ ଲିଟନ୍ ଦାସ ଭାରତୀୟ ବୋଲରମାନଙ୍କୁ ନିର୍ଧୂମ ପ୍ରହାର କରୁଥିଲେ। ସେ ମାତ୍ରା 21 ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ରୋହିତ ଶର୍ମା, ମିଷ୍ଟର ଦାସଙ୍କୁ ଆଉଟ୍ କରିବା ପାଇଁ ସମସ୍ତ କୌଶଳ ଚେଷ୍ଟା କରୁଥିଲେ, କିନ୍ତୁ ଲିଟନ୍ ଭାରତୀୟ ବୋଲରମାନଙ୍କୁ ତାଙ୍କ ୱିକେଟ୍ ଦେଉନଥିଲେ ।

କିନ୍ତୁ ବର୍ଷା ବନ୍ଦ ହେବା ପରେ ପୁଣିଥରେ ମ୍ୟାଚ୍ ଆରମ୍ଭ ହେଲା ଏବଂ କେ.ଏଲ୍ ରାହୁଲ ସାଂଘାତିକ ଥ୍ରୋ କାରଣରୁ ପିଚ୍‌ରେ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସଙ୍କୁ ପାଭିଲିୟନକୁ ପଠାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ତେବେ ଏହି ରନ୍ ଆଉଟ ହିଁ ମ୍ୟାଚ ର ଟର୍ଣ୍ଣିଙ୍ଗ ପଏଣ୍ଟ ଅଟେ ।

Share this story