IND vs BAN ଲାଇଭ୍ ମ୍ୟାଚ୍ ରେ ବିରାଟ କୋହଲି ଉପରେ ରାଗିଗଲେ ଦୀନେଶ କାର୍ତ୍ତିକ, ମୁହାଁମୁହିଁ ସ୍ଥିତି ଉପୁଜିଥିଲା, ଦେଖନ୍ତୁ ଭିଡ଼ିଓ...

ଓଡ଼ିଆ ଗସିପ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟି -20 ବିଶ୍ୱକପର 35 ତମ ମ୍ୟାଚ୍ ଆଡିଲେଡରେ ଖେଳାଯାଉଛି । ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।
କିନ୍ତୁ ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଏହି ମ୍ୟାଚରେ ଫ୍ଲପ୍ ହୋଇ 2 ରନ୍ ସ୍କୋର କରି ଆଉଟ୍ ହୋଇଥିଲେ । କିନ୍ତୁ କେ.ଏଲ୍ ରାହୁଲ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ 6 ୱିକେଟ୍ ହରାଇ 184 ରନ୍ ସଂଗ୍ରହ କରିଥିଲା ।
ଏଥିସହିତ, ଏହି ମ୍ୟାଚରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ରନ ଆଉଟ ହୋଇଥିଲେ । କିନ୍ତୁ ଏଥର ବିରାଟ କୋହଲିଙ୍କ ଭୁଲ ଇସାରା ହେତୁ ଦୀନେଶ କାର୍ତ୍ତିକ ଆଉଟ ହେଲେ ।
ଯାହା ପରେ କାର୍ତ୍ତିକ, ବିରାଟଙ୍କ ଉପରେ କ୍ରୋଧିତ ହୋଇଥିଲେ । ଏହି ଘଟଣାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।
ଦେଖନ୍ତୁ ଭିଡ଼ିଓ :

Dinesh Karthik goes angry on Virat Kohli #indvsbang pic.twitter.com/BdS5IR4fXS
— shavezmalik (@FaizKha20207684) November 2, 2022