ରିଷଭ ପନ୍ତ ଗୁରୁତର ହେବା ପରେ କିଏ ହେବ ଦିଲ୍ଲୀ ଟିମ୍ କ୍ୟାପଟେନ୍? କାହା କ୍ୟାପଟେନ୍ସିରେ ଆଇପିଏଲ୍ ଖେଳିବ ଦିଲ୍ଲୀ କ୍ୟାପିଟାଲ୍ସ? କ୍ୟାପଟେନ୍ସି କୁ ନେଇ ଆସିଲ ଏହି ରିପୋର୍ଟ...

After Rishabh Pant hospitalised who will be the captain of Delhi Capitals

ଓଡ଼ିଆ ଗସିପ୍ ବ୍ୟୁରୋ: ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ରିଷଭ ପନ୍ତ । କାର ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହେବା ପରେ, ଏବେ ତାଙ୍କର ଚିକିତ୍ସା ଚାଲିଛି । କୁହାଯାଉଛି ଟିମ୍ ଇଣ୍ଡିଆର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ଦୀର୍ଘ ସମୟ ଧରି କ୍ରିକେଟଠାରୁ ଦୂରରେ ରହିବେ ।

ଦୁର୍ଘଟଣାରୁ ରକ୍ଷା ପାଇଲେ ବି, ଏବେ ପୂରାପୂରି ଠିକ୍ ହେବାକୁ ରିଷଭଙ୍କୁ ୫ରୁ ୬ ମାସ ସମୟ ଲାଗିପାରେ । ତେଣୁ ଏମିତି ସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ କିଏ ହେବ ? କିଏ ରିଷଭ ପନ୍ତଙ୍କ ଜାଗା ନେବ ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଇଣ୍ଡିଆନ୍ ପ୍ରିମିୟର ଲିଗ ଚଳିତ ବର୍ଷ ଏପ୍ରିଲ ମାସରେ ଖେଳାଯିବାକୁ ଅଛି । ତେଣୁ ଏତେଶୀଘ୍ର ରିଷଭ ପନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଏକପ୍ରକାର ଅସମ୍ଭବ । ଯେହେତୁ ରିଷଭ ପନ୍ତ ବର୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କ୍ୟାପଟେନ୍ ରହିଛନ୍ତି । ତାଙ୍କ ଅନୁପସ୍ଥିତିରେ କିଏ ଦଳର ନୂଆ କ୍ୟାପଟେନ୍ ହେବ, ତାହା ହିଁ ଏବେ ବଡ ପ୍ରଶ୍ନ ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଦେଖିଲେ, ଦଳରେ ଜଣକୁଠୁ ଜଣେ ବଡ ଖେଳାଳି ଅଛନ୍ତି । ଡେଭିଡ୍ ୱାର୍ଣ୍ଣରଙ୍କଠୁ ଆରମ୍ଭ କରି ପୃଥ୍ୱୀ ସ, ମିଚେଲ ମାର୍ଶ, ମନୀଷ ପାଣ୍ଡେଙ୍କ ଭଳି ଖେଳାଳି ଦିଲ୍ଲୀ କ୍ୟାପିଟାଲ୍ସରେ ଥିବାରୁ, ଦଳର ମ୍ୟାନେଜମେଣ୍ଟ କାହାକୁ କ୍ୟାପଟେନ୍ କରୁଛି, ତାହା ଉପରେ ସମସ୍ତଙ୍କର ନଜର ।

ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଦୌଡରେ ସବୁଠୁ ଆଗରେ ରହିଛନ୍ତି ଡେଭିଡ୍ ୱାର୍ଣ୍ଣର । ଅଷ୍ଟ୍ରେଲିଆର ଏହି ଖେଳାଳି, ପୂର୍ବରୁ ଆଇପିଏଲରେ କ୍ୟାପଟେନ୍ ରହି ସାରିଥିବା ବେଳେ, ହାଇଦ୍ରାବାଦକୁ ଚାମ୍ପିୟନ୍ ମଧ୍ୟ କରାଇ ସାରିଛନ୍ତି । ତେଣୁ ରିଷଭଙ୍କ ଜାଗାରେ ଡେଭିଡ୍ ୱାର୍ଣ୍ଣର ଦଳର କ୍ୟାପଟେନ୍ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡିଲେ, ଦିଲ୍ଲୀ କ୍ୟାପିଟାଲ୍ସ ଦଳର କ୍ୟାପଟେନ୍ ହେବାକୁ ପୃଥ୍ୱୀ ସ ମଧ୍ୟ ଲାଇନରେ ଅଛନ୍ତି । ୨୩ ବର୍ଷୀୟ ଏହି ଯୁବ ଖେଳାଳିଙ୍କ ପାଖରେ କ୍ୟାପଟେନ୍ ହେବାର ଅଭିଜ୍ଞତା ଥିବା ବେଳେ, ତାଙ୍କ କ୍ୟାପଟେନ୍ସିରେ ଭାରତୀୟ ଅଣ୍ଡର-୧୯ ଦଳ ବିଶ୍ୱକପ୍ ମଧ୍ୟ ଜିତିସାରିଛି ।

୨୦୧୮ ମସିହାରେ ପୃଥ୍ୱୀ ସ ଭାରତକୁ ଅଣ୍ଡର-୧୯ ବିଶ୍ୱକପରେ ବିଜୟୀ କରିଥିଲେ । ତେବେ ଖାଲି ସେତିକି ନୁହେଁ, ଘରୋଇ କ୍ରିକେଟରେ ମଧ୍ୟ ସେ ମୁମ୍ବାଇ ଦଳର କ୍ୟାପଟେନ୍ ରହିଛନ୍ତି । ତେଣୁ ରିଷଭଙ୍କ ଜାଗାରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ପୃଥ୍ୱୀ ସ ଙ୍କୁ ମଧ୍ୟ ଦଳର କ୍ୟାପଟେନ୍ କରିପାରେ ବୋଲି ଅନୁମାନ କରାଯାଉଛି ।

ୱାର୍ଣ୍ଣର, ପୃଥ୍ୱୀ ସ, ଏବଂ ରିଷଭ ପନ୍ତଙ୍କ ପରେ, ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ । ଭାରତୀୟ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ମଧ୍ୟ ରହିଛନ୍ତି, ଯେଉଁମାନେ କି ଦଳର କ୍ୟାପଟେନ୍ ହୋଇପାରନ୍ତି ।

ମନୀଷ ପାଣ୍ଡେଙ୍କ ପାଖରେ ଲମ୍ବା ସମୟ ଧରି ଘରୋଇ କ୍ରିକେଟ ଖେଳିିବାର ଅଭିଜ୍ଞତା ଥିବାବେଳେ, ମିଚେଲ ମାର୍ଶଙ୍କ ପାଖରେ ଅନ୍ତର୍ଜାତୀୟ ମ୍ୟାଚର ଅଭିଜ୍ଞତା ରହିଛି । ତେଣୁ ଏହି ଦୁଇ ଖେଳାଳି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ନିଯୁକ୍ତ ହୋଇପାରନ୍ତି ବୋଲି କୁହାଯାଉଛି ।

ରିଷଭ ପନ୍ତଙ୍କ ଦୁର୍ଘଟଣା କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ, ଏବେ ନୂଆ କ୍ୟାପଟେନ୍ ସନ୍ଧାନରେ ଅଛି । ତେଣୁ ଦିଲ୍ଲୀ ଟିମର ମ୍ୟାନେଜମେଂଟ ଆଉ କୋଚ୍ । କେଉଁ ଖେଳାଳିକୁ ଦଳର କମାଣ ଦେଉଛନ୍ତି ? କିଏ ଦିଲ୍ଲୀର ନୂଆ କ୍ୟାପଟେନ୍ ହେଉଛି? ତାହା ଉପରେ ନଜର ରହିବ ।

Share this story