ପିଆଜ ପରେ ଏବେ ମୁଣ୍ଡବିନ୍ଧା ବଢ଼ାଇଛି ଆଳୁ ଦର…

ପିଆଜ ପରେ ଏବେ ମୁଣ୍ଡବିନ୍ଧା ବଢ଼ାଇଛି ଆଳୁ ଦର…
ପିଆଜ ପରେ ଏବେ ମୁଣ୍ଡବିନ୍ଧା ବଢ଼ାଇଛି ଆଳୁ ଦର…

ଭୁବନେଶ୍ୱର: କିଛି ଦିନ ହେଲା ପିଆଜ ଦାମ ୧୮୦ ରୁ ଖସି ୭୦ ଟଙ୍କା ରେ ପହଞ୍ଚିଥିବା ବେଳେ ଲୋକେ ନାହିଁ ନଥିବା ସମସ୍ୟାର ଶିକାର ହେଉଛନ୍ତି । ପିଆଜ ପରେ ଏବେ ମୁଣ୍ଡବିନ୍ଧା ବଢ଼ାଇଛି ଆଳୁ ଦର । ଗୋଟେ ପଟେ ରାଜ୍ୟବାସୀଙ୍କ ପାଇଁ ଆଳୁ ଓ ପିଆଜ ପ୍ରଧାନ ଖାଦ୍ୟ ଭାବେ ଗଣା ଯାଉଥିବା ବେଳେ ଏହାର ଦାମ ହୁତୁ ହୁତୁ ବଢିବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ଭାବରେ ବଢ଼ି ଚାଲିଛି । ୧୮ରୁ ୨୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ବିଭିନ୍ନ ଅଞ୍ଚଳରେ ୨୫ ଟଙ୍କାରୁ ଅଧିକ ଦାମ୍ ରେ ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ ପଡ଼ିଛନ୍ତି ।

ଗ୍ରାହକଙ୍କ କହିବା ଅନୁଯାୟୀ, “ଭୁବନେଶ୍ୱର ୧ ନମ୍ବର ହାଟରେ ଆଳୁ ଦାମ ୨୫ ଟଙ୍କାରେ ବିକ୍ରି ହେଉଛି । ହେଲେ ଖୁଚୁରା ବଜାରରେ ଏହାର ଦାମ ୩୦ ଟଙ୍କାରେ ପହଞ୍ଚିଛି ।” ଆଳୁ ଦର ବୃଦ୍ଧି ନେଇ ଯୋଗାଣ ବିଭାଗ ଦର ଦାମ କମ କରିବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଉ ବୋଲି ଦାବି କରାଯାଇଛି ।

Share this story

World Odia Language Conferene