ଭୁଲ ସୂଚନା ପ୍ରସାରଣ ପାଇଁ ଆଇନଜୀବୀ ଅବିନାଶ ଗୁରୁଙ୍କୁ କ୍ଷମା ପ୍ରାର୍ଥନା
Jun 21, 2026, 12:13 IST
ଓଡ଼ିଆ ଗସିପ ନ୍ୟୁଜ୍ ୱେବ୍ ଚ୍ୟାନେଲରେ ଆଇନଜୀବୀ ଅବିନାଶ ଗୁରୁଙ୍କ ସମ୍ପର୍କରେ ପ୍ରକାଶିତ ଏକ ଭିଡିଓକୁ ନେଇ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଛି, ସେଥିପାଇଁ ଆମେ ଦୁଃଖିତ।
ଉକ୍ତ ଖବର ପ୍ରସାରଣ ପୂର୍ବରୁ ଆବଶ୍ୟକ ତଥ୍ୟ ଯାଞ୍ଚ (ଭେରିଫିକେସନ୍) କରାଯାଇନଥିବାରୁ ଏହି ପରିସ୍ଥିତି ଉପୁଜିଛି । ଏହା ଆମର ଅନିଚ୍ଛାକୃତ ତ୍ରୁଟି ଥିଲା ।
ଆଇନଜୀବୀ ଅବିନାଶ ଗୁରୁଙ୍କ ସମ୍ମାନ ଓ ପ୍ରତିଷ୍ଠାକୁ ଆମେ ସମ୍ମାନ କରୁଛୁ। କୌଣସି ବ୍ୟକ୍ତିଙ୍କ ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନଥିଲା ।
ଏହି ତ୍ରୁଟି ପାଇଁ ଆମେ ଅବିନାଶ ଗୁରୁ ଏବଂ ଆମର ଦର୍ଶକମାନଙ୍କ ନିକଟରେ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛୁ । ଭବିଷ୍ୟତରେ ଖବର ପ୍ରକାଶ ପୂର୍ବରୁ ଅଧିକ ସତର୍କତା ଏବଂ ତଥ୍ୟ ଯାଞ୍ଚ ପ୍ରକ୍ରିୟାକୁ ମଜବୁତ କରାଯିବ ।
— ଓଡ଼ିଆ ଗସିପ ନ୍ୟୁଜ୍ ଟିମ୍
.png)
