ଭାରତ ବାହାର କଲା କିଛି ଅଦ୍ଭୁତ କଥା, ଆସିଲା କରୋନା ଭୁତାଣୁର ପ୍ରଥମ ଫଟୋ

ଭାରତ ବାହାର କଲା କିଛି ଅଦ୍ଭୁତ କଥା, ଆସିଲା କରୋନା ଭୁତାଣୁର ପ୍ରଥମ ଫଟୋ
ଭାରତ ବାହାର କଲା କିଛି ଅଦ୍ଭୁତ କଥା, ଆସିଲା କରୋନା ଭୁତାଣୁର ପ୍ରଥମ ଫଟୋ

ଓଡ଼ିଆ ଗସିପ ବ୍ୟୁରୋ: ଆପଣମାନେ ମହାମାରୀ କରୋନା ଭୁତାଣୁ ବିଷୟରେ ଜାଣି ଭୟଭିତ ନିଶ୍ଚିନ୍ତ ଥିବେ । ଏହି ଭୁତାଣୁ କୁ ସୋସିଆଲ ମିଡ଼ିଆ ବା ଅନ୍ୟ କୋୖଣସି ଆପରେ ତାର ଗ୍ରାଫିକ ଫଟୋ ଦେଖିଥିବେ । ହେଲେ ଆପଣଙ୍କର ମନରେ ପ୍ରଶ୍ନ ନିଶ୍ଚିନ୍ତ ଆସୁଥିବା ଯେ ଏହି ଭାଇରସ ଦେଖିବାକୁ କେମିତିକା?

ଏହାକୁ ନେଇ ମନରେ ନାନା ପ୍ରକାରର ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ଏବେ କରୋନାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ପରୀକ୍ଷା ବେଳେ ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍‌ରୁ ମାଇକ୍ରୋସ୍କୋପ୍‌ ଜରିଆରେ ବର୍ତ୍ତମାନ ଏହାର ଫଟୋ ଉଠାଯାଇଛି ।

ଭାରତ ବାହାର କଲା କିଛି ଅଦ୍ଭୁତ କଥା, ଆସିଲା କରୋନା ଭୁତାଣୁର ପ୍ରଥମ ଫଟୋ

ସୂଚନାଯୋଗ୍ୟ ଯେ, ଏହି ଭାଇରସ୍‌ର ପ୍ରକୃତ ନାମ Severe acute respiratory syndrome coronavirus 2 (Sars-CoV-2) । ଯାହାକି ଏବେ ନୋଭେଲ୍‌ କରୋନା ଭାଇରସ୍‌ ନାମରେ ସାରା ଦୁନିଆ ଜାଣୁଛି ।

କେରଳରେ ଜାନୁଆରୀ ୩୦ରେ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା ।

ଏହି ମାଇକ୍ରୋସ୍କୋପି ଫଟୋଟି Indian Journal of Medical Research (IJMR) ର ସଦ୍ୟ ପ୍ରକାଶିତ ସଂସ୍କରଣରେ ପ୍ରକାଶିତ ହୋଇଛି ।

ଗତବର୍ଷ ନଭେମ୍ବରରେ ଚାଇନାର ଉହାନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାଇରସ୍‌ ସାରା ବିଶ୍ୱରେ ସହ ସହ ମୁଣ୍ଡ ନେବାରେ ଲାଗିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,ଭାରତରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଛି । ୮୮୭ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍‌ ରହିଥିବା ।

Share this story

World Odia Language Conferene