ତିତଲି ଏବଂ ବାତ୍ୟା ବେଳେ ଜିରୋ କାଜୁଆଲିଟି ପ୍ରସଙ୍ଗ: ରାଜ୍ୟ ସରକାର ମିଛ କହି ରାଜ୍ୟବାସୀଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ଲଜ୍ଜାଜନକ, ଅଭିଯୋଗ ଆଣିଲା ବିଜେପି

ତିତଲି ଏବଂ ବାତ୍ୟା ବେଳେ ଜିରୋ କାଜୁଆଲିଟି ପ୍ରସଙ୍ଗ: ରାଜ୍ୟ ସରକାର ମିଛ କହି ରାଜ୍ୟବାସୀଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ଲଜ୍ଜାଜନକ, ଅଭିଯୋଗ ଆଣିଲା ବିଜେପି
ତିତଲି ଏବଂ ବାତ୍ୟା ବେଳେ ଜିରୋ କାଜୁଆଲିଟି ପ୍ରସଙ୍ଗ: ରାଜ୍ୟ ସରକାର ମିଛ କହି ରାଜ୍ୟବାସୀଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ଲଜ୍ଜାଜନକ, ଅଭିଯୋଗ ଆଣିଲା ବିଜେପି

ଭୁୁବନେଶ୍ୱର: ବାତ୍ୟା ଏବଂ ପରବର୍ତୀ ଭୟାଭୟ ପରିସ୍ଥିତିର ସୁପରିଚାଳନାକୁ ନେଇ ରାଜ୍ୟସରକାରଙ୍କର ମିଛ ବାହାସ୍ପଟ ଗଣମାଧ୍ୟମରେ ସମସ୍ତେ ଦେଖିଛନ୍ତି । ରାଜ୍ୟସରକାରଙ୍କ ଜିରୋ କାଜୁଆଲିଟି ସଂପୂର୍ଣ୍ଣରୂପେ ଫେଲ ମାରିଛି । ପ୍ରଶାସନ ଏବଂ ସରକାର ପହଂଚିବା ପୂର୍ବରୁ ବିଜେପି ଓ ଅନ୍ୟ କିଛି ସ୍ୱେଚ୍ଛାସେବୀ ପ୍ରଭାବିତ ଅଂଚଳକୁଯାଇ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାରେ ସାମିଲ ହୋଇଥିଲେ । ଏପରିକି ଅନେକ ମୃତଦେହ ରାସ୍ତାକଡ ଓ ପାହଡ ତଳେ ଚାପି ହୋଇ ରହିଥିବା ଦେଖିବାକୁ ପାଇଥିଲେ ।

ପ୍ରଭାବିତ ଅଂଚଳବାସୀଙ୍କ ତଥ୍ୟ ଅନୁଯାୟୀ ୪୫ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଏହି ବାତ୍ୟା ପ୍ରଭାବରେ ହୋଇଛି । ସେହିପରି ଏହି ବାତ୍ୟାରେ ଅନେକ ଲୋକ ନିଖୋଜ ଥିବାର ବିଜେପି ପ୍ରତିନିଧୀ ଦଳର ସଦସ୍ୟମାନେ ଅବଗତ ହୋଇଥିଲେ । ବିଜେପି ପ୍ରତିନିଧୀ ଦଳର ଗସ୍ତ ସମୟରେ ମୃତାହତଙ୍କ ସବିଶେଷ ବିବରଣୀ ଏବଂ ସେମାନଙ୍କ ଫଟୋ ଗଣମାଧ୍ୟମ ଦ୍ୱରା ପ୍ରସାରିତ ହୋଇଥିଲା ।

ଏତେ ଘଟଣା ଘଟିବା ପରେ ରାଜ୍ୟସରକାରଙ୍କ ବରିଷ୍ଠ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ସ୍ୱତନ୍ତ୍ର ରିଲିଫ କମିଶନର ସଚିବାଳୟରେ ବସି ରହି ଗଣମାଧ୍ୟମରେ ଭୁଲ ତଥା ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଚାଲିଥିଲେ । ବିଜେପି ପ୍ରତିନିଧୀଦଳଙ୍କ ତଥ୍ୟ ପ୍ରକାଶ ପାଇବାପରେ ନିଜର ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଆଉ ଥରେ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ । ଆଜି ମଧ୍ୟ ଗଣମାଧ୍ୟମରେ ରାଜ୍ୟ ସରକାର ମିଥ୍ୟା ତଥ୍ୟ ଦେଇ କେବଳ ବିଭ୍ରାନ୍ତ କରୁ ନାହାଁନ୍ତି ବରଂ ଦୁଃଖ କଷ୍ଟରେ କାଳାତିପାତ କରୁଥିବା ଅଂଚଳବାସୀଙ୍କ ଭାବନା ସହ ଖେଳୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ତିତଲି ପ୍ରଭାବରେ ଗଂଜାମ, ଗଜପତି ଏବଂ ରାୟଗଡା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହା ସତ୍ୱେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗତକାଲି ପର୍ଯ୍ୟନ୍ତ ଜିରୋ କାଜୁଆଲିଟିକୁ ଘୋଷି ହୋଇ ଗଣମାଧ୍ୟମ ଆଗରେ କୌଣସି ମୃତ୍ୟୁ ହୋଇନଥିବା କଥା କହି ନିଜର ଡିଣ୍ଡିମ ପିଟି ଚାଲିଥିଲେ । ବାତ୍ୟା ପରେ ଭୟଙ୍କରୀ ବନ୍ୟା ପରିିସ୍ଥିତିକୁ ପରଖିବାକୁ ଯାଇ ବିଜେପି ପ୍ରତିନିଧୀଦଳ ଗ୍ରାଉଣ୍ଡ ଜିରୋରେ ପହଂଚି ରିଲିଫ ବାଟିଂବା ସହ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ଆଜି ପୁଣି ଥରେ ରାଜ୍ୟସରକାର ଗଣମାଧ୍ୟମରେ ମିଥ୍ୟା ତଥ୍ୟ ପ୍ରଦାନ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ତିତଲି ବାତ୍ୟାରେ ମୃତାହତ ଏବଂ ନିଖୋଜ ଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଇ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଗଜପତି ଜିଲ୍ଲାରେ ୩୬ ଜଣଙ୍କ ମୃତ୍ୟୁ ଏବଂ ୧୧ ଜଣ ନିଖୋଜ ଅଛନ୍ତି । ସେହିପରି ଗଂଜାମ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ହସ୍ତଗତ ହୋଇଛି ।

ଗଜପତି ଜିଲ୍ଲା ରାୟଗଡ ବକ୍ଲର ୩୧ ଜଣ, ଗୋସାଣୀ ବ୍ଲକର ୨ ଜଣ, ଆର.ଉଦୟଗିର, କାଶିନଗର ଏବଂ ଗୁମ୍ମା ବ୍ଲକର ୧ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକର ୫ ଜଣ ଏବଂ ଚିକିଟି ବ୍ଲକର ୧ ଜଣଙ୍କ ମୃତ୍ୟୁ ତାଲିକା ବିଜେପିର ହସ୍ତଗତ ହୋଇଛି । ସେହିପରି ଗଜପତି ଜିଲ୍ଲା ରାୟଗଡ ବକ୍ଲର ଜିଲ୍ଲାର ୯ ଜଣ ଏବଂ ଆର. ଉଦୟଗିରି ବ୍ଲକର ୨ ଜଣ ନିଖୋଜ ଅଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ସୂଚନା ଦେଇଛନ୍ତି ।

Share this story