ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଏହି ସୁନ୍ଦରୀ ଏବେ ରାଜନୀତିରେ

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜନୀତିରେ ଏଣ୍ଟ୍ରି ମାରିଲେ ଆଉ ଜଣେ ବଲିଉଡ ସୁନ୍ଦରୀ । କୌଣସି ବଡ଼ ରାଜନୈତିକ ଦଳ ନୁହେଁ ବରଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କ ପାର୍ଟି ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆରେ ଆଜି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଅଭିନେତ୍ରୀ ପାୟଲ ଘୋଷ । ଅଭିନେତ୍ରୀ ପାୟଲ ଘୋଷଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ବିଶେଷ ମଧ୍ୟ ଆଜି ରିପବ୍ଲିକାନ୍ ପାର୍ଟିରେ ସାମିଲ ହୋଇଛନ୍ତି ।
I have been appointed as the vice president for women wing of RPI. Thanks @RamdasAthawale sir for believing in me. This is my honor to accept it. It's one step closer to getting justice.
— Payal Ghosh (@iampayalghosh) October 26, 2020
As a woman I am also happy to serve the women community.🙏
Now the ropes will get tighter. pic.twitter.com/lbnAqwBvx9
ଦଳରେ ମହିଳା ୱିଙ୍ଗକୁ ଅଧିକ ମଜଭୂତ କରିବାରେ ପାୟଲଙ୍କ ଯୋଗଦାନ ଅତୁଳନୀୟ ରହିବ ବୋଲି କହିଛନ୍ତି ରିପବ୍ଲିକାନ ପାର୍ଟିର ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ । ସମତାବାଦୀ ଚିନ୍ତାଧାରାକୁ ଆଗକୁ ନେବାକୁ ସେ ଏହି ଅବସରରେ ଆହ୍ୱାନ ମଧ୍ୟ ଦେଇଛନ୍ତି ।
अभिनेत्री पायल घोष का आरपीआय मे स्वागत है। @iampayalghosh आपके साथसे आरपीआय की महिला आघाडी और मजबूत करेंगे! महिलाओंको न्याय दिलाने की लढाई मजबुतीसे लढेंगे!डॉ बाबासाहेब आंबेडकरजीके संविधान का समतावादी भारत साकार करेंगे! pic.twitter.com/xvt1EksnIl
— Dr.Ramdas Athawale (@RamdasAthawale) October 26, 2020
ସୂଚନା ଥାଉ କି କିଛିଦିନ ତଳେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ପାୟଲ ଘୋଷ ।