ମମତା ଦିଦିଙ୍କୁ 2024ରେ ପ୍ରଧାନମନ୍ତ୍ରୀ ଗାଦି ଉପହାର ଦେବ କି କଂଗ୍ରେସ ?

mamata sonia

ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ୨୦୨୪ ପାଇଁ ଲଗାତାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଏବେ ଯାଏଁ କଂଗ୍ରେସ ସହ ମେଣ୍ଟ କରିବା ଉପରେ ଚୁପ ରହୁଥିବା ଟିଏମସି ଏବେ ଖୁଲମଖୋଲା କଂଗ୍ରେସ ସହ ହାତ ମିଶାଇବ ବୋଲି କହୁଛି। ଶାସନରେ ଥିବା ଟିଏମସି ଅନୁସାରେ, ଦେଶର ହିତ ପାଇଁ ରାଷ୍ଟ୍ରୀୟ ସ୍ତରରେ କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରସ୍ତୁତ । ଦଳ ନିଜର ମୁଖପତ୍ର ଜାଗୋ ବଙ୍ଗଲାର ସମ୍ପାଦକୀୟରେ ଏନେଇ କହିଛି ।

mamata sonia

ଶନିବାର ଜାଗୋ ବଙ୍ଗଲାରେ ଦଳ ପକ୍ଷରୁ ଲେଖାଯାଇଛି, ‘ଆମେ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ଦଳ ସହ ମେଣ୍ଟ କଥା କହୁନାହୁଁ। ଏଥର  ତୃତୀୟ ବିକଳ୍ପ ପରିବର୍ତେ ବିରୋଧୀଙ୍କ  ସିଧା ବିକଳ୍ପ ମେଣ୍ଟ ହେବା ଦରକାର।ଏହା ସହ ଏବେ ଦେଖିବାକୁ ହେବ କଂଗ୍ରେସ କାହିଁକି ସଠିକ ଢ଼ଙ୍ଗରେ ନିର୍ବାଚନ ଲଢ଼ି ପାରିଲା ନାହିଁ। ମେଣ୍ଟ ବେଳେ ହେବାକୁ ଥିବା ଖାଇ କେମିତି ଭରି ହେବ। ଏଥିପାଇଁ ଆମେ କଣ କରିବା ଦରକାର ବୋଲି ମଧ୍ୟ ଟିଏମସି ଚିନ୍ତା କରୁଛି।

sushmita dev

ପାର୍ଟିର ମୁଖପତ୍ର ଏନଇେ ମଧ୍ୟ ସ୍ପଷ୍ଟ କରିଛି ଯେ, ଦଳର ଏହି ମେଣ୍ଟରରେ ଅନ୍ୟ ସହଯୋଗୀ ସାମିଲ ହେବାକୁ ଇଚ୍ଛା କଲେ ମଧ୍ୟ ଟିଏମସିକୁ ଉଚିତ ସମ୍ମାନ ମିଳିବା ଦରକାର। ଆମେ ଦେଶର ହିତ, ଅଣ ବିଜେପି, ଲୋକତାନ୍ତ୍ରିକ, ଧର୍ମ ନିରପେକ୍ଷ ଦଳର ଏକତା ସପକ୍ଷରେ ଅଛୁ।

ସମ୍ପାଦକୀୟରେ ଆହୁରି ମଧ୍ୟ ଲେଖା ଯାଇଛି, ‘ଆମ ନେତା ମମତା ବାନାର୍ଜୀ ଦିଲ୍ଲୀରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିଥିଲେ। ସେଠାରେ ରାହୁଲ ଗାନ୍ଧି ମଧ୍ୟ ଥିଲେ। ଆମେ ଏକତା ଚାହୁଁଛୁ। ଆମର ବିଜେପି ବିରୋଧୀ ଆଚରଣ ଉଭୟ ସଂସଦ ଏବଂ ବାହାରେ ରହିଛି। ଆମେ କିଛି ସିଦ୍ଧାନ୍ତ ନେଇ ଏକତା ଚାହୁଁଛୁ। ଆମକୁ କେହି ହଠାତ ଫୋନ୍‌ କରି କହିବେ ଆମେ ରାଲି ବାହାର କରୁଛୁ ସାମିଲ ହୁଏଏହା ଟିଏମସି କ୍ଷେତ୍ରରେ କାମ କରିବ ନାହିଁ।ପଶ୍ଚିମବଙ୍ଗ ନିର୍ବାଚନରେ କଂଗ୍ରେସ ହାତ ଖୋଲିନଥିବାକୁ ନେଇ ମଧ୍ୟ ଏଥିରେ ଟାର୍ଗେଟ କରିଛି ଟିଏମସି ।

Share this story