ଏଥର ହେବ ପକ୍ଷ ଛେଦନ: BJDରୁ ବିଦା ହେବା ସୁନିଶ୍ଚିତ, କୋଳେଇ ନେବକି BJP ?

Bhatruhari

ଓଡ଼ିଆ ଗସିପ ବ୍ୟୁରୋ: ଖୁବ ଶୀଘ୍ର ବିକେଡିରୁ ବିଦା ହୋଇପାରନ୍ତି କଟକ ଲୋକସଭା ସାଂସଦ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିଷ୍ପତି ନେଇ ପାରନ୍ତି । କାହିଁକିନା କଟକ ସାଂସଦଙ୍କ ନାମରେ ଆସିଛି ବଡ ଆରୋପ। 

ଅଡୁଆରେ କଟକ ସାଂସଦ ଭର୍ତ୍ତୃହରି ମହତାବ । ସାଂସଦଙ୍କ ସମେତ ପୁରା ପରିବାର ଏବେ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇଛନ୍ତି । ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଯୌତିକ ନିର୍ଯାତନା ତଥା ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି ।

ସାଂସଦଙ୍କ ବ୍ୟତିତ ସ୍ବାମୀ ଲୋକରଞ୍ଜନ ମହତାବ ଏବଂ ଶାଶୂ ମହାଶ୍ବେତା ମହତାବଙ୍କ ବିରୁଦ୍ଧରେ ମଧ୍ୟ ମହିଳା ଥାନାରେ ଏତଲା ଦେଇଛନ୍ତି ସାକ୍ଷୀ । ଏହା ସହିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିବା ଏତଲରେ ଦର୍ଶାଇଛନ୍ତି ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ।

ଏ ନେଇ ଭୋପାଳ ମହିଳା ଥାନାରେ ଅଭିଯୋଗ କରିବା ସହିତ FIRରେ ଉଲ୍ଲେଖ କରିଛନ୍ତି ଯେ, ‘ମୋତେ ଯୌତୁକ ନିର୍ଯାତନା ସହ ଶାରୀରିକ ଏବଂ ମାନସିକ ଭାବେ ପ୍ରତାରିତ କରାଯାଉଛି । ଏହା ସହିତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଉଛି । ତାଙ୍କର ସମସ୍ତ ସ୍ତ୍ରୀଧନକୁ ମଧ୍ୟ ସେମାନେ ନେଇଯାଇଛନ୍ତି । ଏହାକୁ ନେବା ପାଇଁ ଚେଷ୍ଟା କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି ।’

ଭୋପାଳ ମହିଳା ଥାନା ପୋଲିସ ଧାରା ୪୯୮ଏ, ୪୦୬, ୫୦୬ ଏବଂ ଧାରା ୩୪ ଆଧାର​‌ରେ ମାମଲା ରୁଜୁ କରିଛି । ୩ ପୃଷ୍ଠାର ଅଭିଯୋଗ ଫର୍ଦ୍ଦରେ ସାକ୍ଷୀ ମହତାବ କହିଛନ୍ତି, ‘ମୋର ବିବାହ ୧୨/୧୨/୨୦୧୬ ମସିହାରେ ଦିଲ୍ଲୀରେ ହୋଇଥିଲା । ବିନା କୌଣସି ଦ୍ବିଧାରେ ବିବାହ ହୋଇଥିଲା ବିନା କୌଣସି କାରଣ ଥାଇ ମୋ ସ୍ବାମୀ ଲୋକରଞ୍ଜନ ମହତାବ ମୋତେ ବାରମ୍ବାର ଶାରୀରିକ ନିର୍ଯାତନା ଦେଉଛନ୍ତି ।’

Share this story