ପିଏମ୍ ମୋଦିଙ୍କ ବିରୋଧରେ କଂଗ୍ରେସକୁ କିଏ ଦେବ ସାଥ୍ ? ସୋନିଆଙ୍କ ପାଦରେ ପାଦ ମିଶାଇ ଚାଲିବେ ଏମାନେ...

ଓଡ଼ିଆ ଗସିପ୍ ବ୍ୟୁରୋ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଭର୍ଚୁଆଲ ଯୋଗେ ତମାମ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ, ମୋଦି ବିରୋଧୀ ରଣନୀତି ଆଦି ପ୍ରସଙ୍ଗରେ ଭର୍ଚୁଆଲ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ୨୦୨୪ରେ ଏକାଠି ହୋଇ ମୋଦିଙ୍କ ବିଜୟ ଅଭିଯାନକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନିଜେ ସୋନିଆ ଏହି ଭର୍ଚୁଆଲ ବୈଠକର ଆହ୍ବାନ ଦେଇଥିଲେ ।
Mrs Sonia Gandhi ‘s opening statement in Opposition meet :
— Supriya Bhardwaj (@Supriya23bh) August 20, 2021
The recent Monsoon session of Parliament was a complete washout again entirely due to the Government’s obstinate & arrogant unwillingness to discuss and debate urgent issues of public importance
1/2 pic.twitter.com/Tds0B2ACip
ଏହି ଅବସରରେ ସୋନିଆ ଗାନ୍ଧି ୧୯ରୁ ଅଧିକ ବିରୋଧୀ ଦଳର ତୁଙ୍ଗ ନେତାଙ୍କ ସହ ଆଲୋଚନା ବେଳେ କହିଥିଲେ ଯେ, ଦେଶର ସମ୍ବିଧାନ, ସାମ୍ବିଧାନିକ ପ୍ରତିଷ୍ଠାନ ଏବଂ ସ୍ବତନ୍ତ୍ରତା ଆନ୍ଦୋଳନର ମୂଲ୍ଯକୁ ବିଶ୍ୱାସ କରୁଥିବା ଏବଂ ରଖୁଥିବା ରାଜନୈତିକ ଦଳ ଏବଂ ଏହାର ନେତାମାନେ ଏକାଠି ହେବା ଜରୁରୀ ହୋଇପଡ଼ିଛି। ସମସ୍ତ ବିରୋଧୀ ଦଳ ନେତା ଉପରକୁ ଉଠି ଏହା ଉପରେ ବିଚାର ବିମର୍ଶ କରିବାର ସମୟ ଆସିଛି ବୋଲି ମଧ୍ୟ କହିଛନ୍ତି ସୋନିଆ ଗାନ୍ଧି ।.
Sonia Gandhi's opening remarks at Opposition meet makes a strong pitch for Opposition unity ahead of 2024 Lok Sabha polls. Emphasise need for systematic planning. Sonia is aware of compulsions but for Opposition there is no alternative but to unite
— Shemin (@shemin_joy) August 20, 2021
ଏହି ବୈଠକରେ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାଓ୍ୱାର ମଧ୍ୟ ଉପସ୍ଥିତ ରହିଥିଲେ । ସେ ମଧ୍ୟ ଅନ୍ଯ ବିରୋଧୀ ଦଳ ନେତାଙ୍କୁ ଲୋକତାନ୍ତ୍ରୀକ ସିଦ୍ଧାନ୍ତକୁ ବଞ୍ଚାଇ ରଖିବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି କହିଛନ୍ତି ।