କୁଆଡ଼େ ପଳାଇ ଗଲେ ବାଲୁଗାଁ ଭିଲେନ ପ୍ରଶାନ୍ତ ଜଗଦ୍ଦେବ ? ଧରା ପଡୁ ପଡୁ ଜେଲ ଯିବା ଥୟ

ତେବେ ନିଲମ୍ବିତ ହେବା ପରଠାରୁ ଗିରଫ ଭୟରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ତା ମିଳୁନି । ସେ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କର ସରକାରୀ କ୍ବାର୍ଟୀରରେ ଚଢଉ କରିଥିଲେ ସୁଦ୍ଧା ସେ ସେଠାରେ ନଥିବା ଜଣାପଡିଛି । ବିଧାୟକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରିରଖିଛି ପୋଲିସ ।
ସୂଚନଯୋଗ୍ୟ, ବିଜେପି ନେତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା।ଘଟଣାରେ ମୁଖ୍ୟ କାର୍ପଟଦାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସିଧାସଳଖ ସଂପୃକ୍ତି ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୁଦ୍ଧରେ ଆକ୍ସନ୍ ନେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ଏନଏସି ଅଫିସ ଆଗରେ ମାଡ ମାରିଥିଲେ।
ଏ ନେଇ ଜଗଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକଙ୍କ ମାଡ ମରାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ସହ ନିରଞ୍ଜନଙ୍କୁ ମାଡ ମରା ନେଇ ବିଜେପି, ଶାସକ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଥିଲା। ଏହି କାରଣରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ତାଙ୍କର ଆଚରଣ ନେଇ ଅତୀତରେ ଅନେକ ଥର ବିବାଦୀୟ ହୋଇଛନ୍ତି। ତାଙ୍କ ନାଁରେ ମଧ୍ୟ ବିଶୃଙ୍ଖଳା ଆଚରଣ ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଛି । ଦଳର ଭାବମୂର୍ତ୍ତି ଦୃଷ୍ଟିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷରେ ଗଣେଶ ଜଗଦେବ ଓରଫ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ବେଗୁନିଆର ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପୂର୍ବରୁ ବିଶୃଙ୍ଖଳା ଆଚରଣ ଓ ଦୁର୍ବ୍ୟବହାରର ତଥା ମାରପିଟ୍ର ଅଭିଯୋଗ ଆଦି ନେଇ ବିବାଦୀୟ ରହି ଆସିଛନ୍ତି। ଏପରିକି ଅତୀତରେ ତାଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାରର ଅଭିଯୋଗ ମଧ୍ୟ ଉଠିଥିଲା। ତେବେ ବାଲୁଗାଁ ବ୍ଲକ୍ ଆଗରେ ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ତାଙ୍କୁ ଅକଳରେ ପକାଇଥିଲା । ବିଧାୟକ ଫେରାର ପରେ ଏବେ ପୋଲିସ ତାଙ୍କୁ ଖୋଜୁଛି ।