୨୦ ବର୍ଷ ଧରି ସେନା ମୁତୟନ କରି ଆମେରିକା ଆଳୁପାଇଛି: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌

us on afganistan

ଓଡ଼ିଆ ଗସିପ୍ ବ୍ୟୁରୋ: ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପୃକ୍ତିକୁ ସମାଲୋଚନା କରି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି ଯେ, ସେଠାରେ ଦୀର୍ଘ ୨୦ ବର୍ଷ ଧରି ସେନା ମୁତୟନ କରି ଆମେରିକା ଆଳୁ’ (ଶୂନ୍) ପାଇଛି।

ବୁଧବାର ଦିନ ପୁଟିନ୍‌ କହିଛନ୍ତି ଯେ, ସମାଜର ରାଜନୈତିକ ସଙ୍ଗଠନ ସମେତ ବ୍ୟାପକ କ୍ଷେତ୍ରରେ ଆମେରିକୀୟ ରୀତିନୀତି ଓ ଜୀବନଯାପନର ମାନ ପ୍ରବର୍ତ୍ତନ ଲାଗି ୨୦ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ବାହିନୀ ସେଠାରେ ବସବାସ କରୁଥିବା ଜନତାଙ୍କୁ ସଭ୍ୟକରାଇବା ଲାଗି ଉଦ୍ୟମ କରୁଥିଲା।

ସେସବୁ କାର୍ଯ୍ୟରେ ସମ୍ପୃକ୍ତ ଥିବା ଉଭୟଙ୍କ ପାଇଁ ଫଳାଫଳ ହେଲା ଅତ୍ୟନ୍ତ ବିୟୋଗାନ୍ତ, ଅତ୍ୟନ୍ତ କ୍ଷତିକାରକ। ଅଧିକ କ୍ଷତିକାରକ ହେଲା ଆଫଗାନିସ୍ତାନରେ ବାସ କରୁଥିବା ଜନସାଧାରଣଙ୍କ ପାଇଁ। ନକାରତ୍ମକ ନ ହେଲେ ବି, ଫଳାଫଳ ହେଲା ଶୂନ୍‌

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାହାରର କୌଣସି ଜିନିଷ ଜବରଦସ୍ତି ପ୍ରଚଳନ କରାଇବା ଅସମ୍ଭବ। ଯଦିବା ଜଣେ ଅନ୍ୟ କାହା ଲାଗି କିଛି କରିବାକୁ ଚାହେଁ, ତେବେ ଇତିହାସ, ସଂସ୍କୃତି ଓ ଅଧିବାସୀମାନଙ୍କ ଜୀବନ ଦର୍ଶନ ପ୍ରତି ବ୍ୟାପକ ଦୃଷ୍ଟି ଦେବାକୁ ପଡ଼ିବ। ସେମାନଙ୍କ ପ୍ରଥାକୁ ସମ୍ମାନ ଦେବାକୁ ପଡ଼ିବ।

ମସ୍କୋ ମଧ୍ୟ ଆଫଗାନିସ୍ତାନରେ ୧୦ ବର୍ଷ ଧରି ଯୁଦ୍ଧ କରିଥିଲା। ୧୯୮୯ରେ ସୋଭିଏତ୍‌ ସେନା ଅପସାରଣ ପରେ ସେ ଯୁଦ୍ଧର ଅବସାନ ଘଟିଥିଲା। ଗତ କିଛି ବର୍ଷ ହେବ ମଧ୍ୟସ୍ଥ ଭାବେ ପୁନର୍ବାର ମସ୍କୋ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଆତଙ୍କବାଦୀ ସଙ୍ଗଠନ ଭାବେ ଆଖ୍ୟାୟିତ କରିଥିଲେ ବି ରୁଷ୍‌ ତାଲିବାନ୍ ସମେତ କଳହରତ ଅନ୍ୟାନ୍ୟ ଆଫଗାନ ଦଳଙ୍କ ସହ ଆଲୋଚନା କରିବାକୁ ଅଗ୍ରସର ହୋଇଥିଲା।

Share this story