ବିଜେପିକୁ ୨ ବର୍ଷ; ଡବଲ ଇଞ୍ଜିନ, ଡବଲ ଧୋକା: ଓଜେସି
ଓଡ଼ିଆ ଗସିପ ବ୍ୟୁରୋ, ଭୁବନେଶ୍ୱର: ଓଡିଶାରେ ବିଗତ ୨ ବର୍ଷର ଶାସନ ପୂରଣ କରିବା ପରେ ମୋହନ ମାଝୀ ସରକାର ତାଙ୍କ ସଫଳତାର ଅନେକ ମିଛ କାହାଣୀ ଗତକାଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟବାସୀଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଅସତ୍ୟ ଦାବିଗୁଡିକ ସଂପର୍କରେ ବାସ୍ତବ ତଥ୍ୟ ଓ ସତ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଜେସି ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିଛି ।
ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ସରକାରଙ୍କ ଦାବି ଗୁଡିକ ସର୍ମ୍ପକରେ ତଥ୍ୟ ପ୍ରଦାନ କରି କହିଥିଲେ, ମୋହନ ମାଝୀ ସରକାରଙ୍କର ୨ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ପ୍ରତାରଣାର ବର୍ଷ ଏବଂ ଡବଲଇଞ୍ଜିନ ସରକାରଙ୍କର ରାଜ୍ୟବାସୀଙ୍କୁ ଡବଲ ଧୋକା । ସେ କହିଥିଲେ, ରାଜ୍ୟରେ ପୁଞ୍ଜି ନିବେଶକୁ ନେଇ ସରକାରଙ୍କର ଦାବି କପୋଳକଳ୍ପିତ ଅଟେ । ସମୁଦାୟ ୪୩୩ ପ୍ରକଳ୍ପ ଏବଂ ୮.୬୮ ଲକ୍ଷ କୋଟିର ନିବେଶ ମଧ୍ୟରୁ ୧୪୮ଟି ପ୍ରକଳ୍ପର କେବଳ ଭୂମିପୂଜନ ହୋଇଛି । ବାକି ୨୮୫ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ । ବାସ୍ତବିକତା ଏହି ଯେ, ବିଗତ ୨ ବର୍ଷ ଭିତରେ ମାତ୍ର ୩୪ଟି ପ୍ରକଳ୍ପ ଏବଂ ୬୬ ହଜାର ୮୦୯ କୋଟି ଟଙ୍କାର ନିବେଶ ହୋଇଛି । ସରକାରଙ୍କ ଘୋଷଣା ମୁତାବକ ୫ ଲକ୍ଷ ୨୫ ହଜାର ନୂଆ ନିଯୁକ୍ତି ବଦଳରେ ମାତ୍ର ୩୧ ହଜାର ୬୬୮ ନିଯୁୁକ୍ତି ସୃଷ୍ଟି ହୋଇଛି ।
ରାଜ୍ୟରେ ସେମିକଣ୍ଡକ୍ଟର ପ୍ରକଳ୍ପ କରିବା ପାଇଁ ଆଗ୍ରହୀ ଥିବା କ୍ରାନାୟନ ଗ୍ଳୋବାଲ ଗୁଜରାଟ ଓ ଆସାମକୁ ଚାଲିଗଲ। । ଓଲା ଇଲେକ୍ଟ୍ରିକ୍ ପିଭିସି ଏବଂ ବ୍ୟାଟେରୀ କ୍ଷତ୍ରେରେ କରିବାକୁ ଥିବା ନିବେଶ ତାମିଲନାଡୁକୁ ନେଇଗଲେ, ଏବଂ ସେଠାରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କଲେ । ସିଫି ଟେକ୍ନୋଲୋଜି ରାଜ୍ୟରେ ଏକ ଡାଟା ସେଣ୍ଟର ଏବଂ ଆଇଟି ପାର୍କ ପ୍ରତିଷ୍ଠା କରିବା ପାଇଁ ୧୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଥିଲା । ଯ।ହା କି ଭିତିଭୂମି ଅଭାବରୁ ହାଇଦ୍ରାବାଦ ଏବଂ ଚେନ୍ନାଇକୁ ସ୍ଥାନାନ୍ତର ହୋଇଗଲା ।
ଠିକ୍ ସେହିପରି ରାଜ୍ୟରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ମୂଳ ଲକ୍ଷ୍ୟ ୬ ହଜାର ୭ ଶହ ୯୪ ସ୍କୁଲ୍ ପ୍ରତିଷ୍ଠା ପାଇଁ ଥିବା ବେଳେ ପ୍ରଥମ ଦଫାରେ ୨୨୦୦ ସ୍କୁଲର ଟାର୍ଗଟ ରଖା ଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୨୨ଟି ସ୍କୁଲ୍ ଭିତିପ୍ରସ୍ତର ସ୍ଥାପନ କରିବାରେ ହିଁ ରହିଯ।ଇଛି । ୨ ବର୍ଷ ଭିତରେ ଗୋଟିଏ ବି ସ୍କୁଲ୍ ହୋଇ ପାରି ନାହିଁ । ତେଣେ ୫ହଜାର ୬ ଶହ ୩୨ ସରକାରୀ ସ୍କୁଲକୁ ବନ୍ଦ କରି ଦିଆଗଲା ଏବଂ ପ୍ରାଥମିକ ସ୍ତରରେ ବିଦ୍ୟାଳୟ ଛାଡୁଥିବା ପିଲାଙ୍କ ସଂଖ୍ୟା ସର୍ବ ଭାରତୀୟ ସ୍ତରରେ ସବୁଠୁ ଅଧିକ ।
ସ୍ୱାସ୍ଥ୍ୟକ୍ଷେତ୍ରରେ ଆୟୂଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ବାୟୋମେଟ୍ରିକରେ ଅସୁବିଧା ହେତୁ ଲକ୍ଷାଧିକ ଲୋକ ଏ ସୁବିଧାରୁ ବଂଚିତ ହେଉଛନ୍ତି । ହସ୍ପିଟାଲ ଗୁଡିକ ଏହି ଆୟୂଷ୍ମାନ ଭାରତ କାର୍ଡକୁ ଗ୍ରହଣ ନ କରିବା ଫଳରେ ରୋଗୀ ଓ ତାଙ୍କର ସଂପର୍କୀୟ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଆୟୂଷ୍ମାନ ବୟୋବନ୍ଦନ ଯ୍ୟୋାଜନାରେ ଉପକୃତ ହେବାକୁ ଥିବା ୭୦ ବର୍ଷରୁ ଅଧିକ ୨୩ ଲକ୍ଷ ୧୨ ହଜାର ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧାମାତ୍ର ୩ଲକ୍ଷ ୪୫ ହଜାର (୧୫ ପ୍ରତିଶତ) ପଞ୍ଜିକୃତ ହୋଇଛନ୍ତି ।
ଓଜେସିର ଦାବି ରାଜ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ରାଜ୍ୟରେ ବିଗତ ୩ ମାସ ଧରି ମଧୁବାବୁ ପେନସନ୍ ଯୋଜନା ଏବଂ ଏନଏସଏପି ଯୋଜନାରେ ବୃଦ୍ଧ ବୃଦ୍ଧାମାନଙ୍କୁ ମିଳିନଥିବା ଭତ୍ତା ତୁରନ୍ତ ପ୍ରଦାନ କରିବା ସହିତ ୫୫ ଲକ୍ଷ ବୟସ୍କ ନାଗରିକଙ୍କ ଜୀବନ ସହିତ ଖେଳିବା ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛି ଓଜେସି । ସୁଭଦ୍ରା ଯୋଜନାରେ ମୂଳ ବଜେଟ୍ ୩ ଲକ୍ଷ ୧୦ ହଜାର କୋଟି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୯ ହଜାର ୫ ଶହ କୋଟି ଟଙ୍କା ପ୍ରଦାନ କରାଯାଇ ଅଛି । ରାଜ୍ୟରେ ୨୩ ଲକ୍ଷ ୫୦ ହଜାର ଲକ୍ଷପତି ଦିଦି ସୃଷ୍ଟି କରଯାଇଛି ବୋଲି ସରକାରଙ୍କ ଦାବି ଅତ୍ୟନ୍ତ ହାସ୍ୟାସ୍ପଦ ଓ ମିଛ ।
କେବଳ ମହିଳାଙ୍କ ରୋଜଗାର ନୁହେଁ, ସାମଗ୍ରିକ ଭାବରେ ଗୋଟିଏ ପରିବାରର ରୋଜଗାର ବାର୍ଷିକ ଏକ ଲକ୍ଷରୁ ଅଧିକ ହେଲେ ତାଙ୍କୁ ଲକ୍ଷପତି ଦିଦି କୁହାଯିବ । କିନ୍ତୁ ଯଦି ସ୍ୱାମୀଙ୍କ ଇନକମ୍ ୮୦ ହଜାର ଏବଂ ମହିଳାଙ୍କ ଇନକମ ୨୦ ହଜାର ତେବେ ବି ତାଙ୍କୁ ଲକ୍ଷପତି ଦିଦି ଭିତରେ ଗଣିବା ଅତ୍ୟନ୍ତ ଅଜୌକ୍ତିକ । ସ୍ୱଂୟସହାୟକ ଗୋଷ୍ଠୀ ଦ୍ୱାରା ୭ ହଜାର ୯୭୩ କୋଟି ଟଙ୍କାର ବିଜନେସ୍ କରାଯାଇଛି ବୋଲି ସରକାର ଦାବି କଲା ବେଳେ ବୟସ୍କଙ୍କ ଦ୍ୱାରା ସେମାନଙ୍କୁ ଦିଆଯାଇଥିବା ବକେୟା ଋଣର ପରିମାଣ ୧୧ ହଜାର କୋଟିରୁ ଅଧିକ ।
ଅନ୍ନପୂଣ୍ଣା ଯୋଜନାରେ ଅଧିକ ୫ କେଜି ଚାଉଳ ଦେବା ସୂଚାଉ ଦେଉଛି ୟେ, ରାଜ୍ୟବାସୀ ଭଲରେ ନାହାନ୍ତି ଏବଂ ସେମାନଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ । ନିଜ ପଇସାରେ ସାଧାରଣ ଲୋକଟିଏ ଚାଉଳ କିଣିବାକୁ ଅସମର୍ଥ କାରଣ ତା'ର ନିଜର କ୍ରୟ ଶକ୍ତିର ଅଭାବ ରହିଛି । ଦରଦାମ ବୃଦ୍ଧି ଯୋଗୁଁ ଗରିବଗୁରୁବା, ନିମ୍ନମଧ୍ୟବିତ, ମଧ୍ୟବିତ ଶ୍ରେଣୀର ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣିର ସମସ୍ୟ। । ଓଡିଶାରେ ଅତି ଉତ୍କଟ ଏବଂ ସରକାର ବିଶୁଦ୍ଧ ପିଇବା ପାଣିଯୋଗାଇବାରେ ସଂପୂର୍ଣ ବିଫଳ । ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବା କଥା କହୁଥିବା ସରକାର ୨ ବର୍ଷ ଭିତରେ ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କ ନାହିଁ ନଥିବା ଶୋଷଣ କରୁଛନ୍ତି । ଖରାଦିନେ ବିଜୁଳିକାଟ୍ ଏକ ବିକଟସମସ୍ୟାରୂପେ ଉଭାହୋଇଛିଏବଂସରକାର ଏଥିପ୍ରତି ନିଦା ବିଷ୍ଣୁ ସାଜିଛନ୍ତିବୋଲିଶ୍ରୀଶତପଥୀ ଅଭିଯୋଗକରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶୁଭେନ୍ଦୁ ମଲ୍ଲିକ ଉପସ୍ଥିତ ଥିଲେ ।
.png)
