ଆଇପିଏସ୍ ଅଫିସର ଅମିତାଭ ଠାକୁର ଓ ଆଶିଷ ସିଂହଙ୍କୁ ବଦଳି କର: ଦାବି କଲା ବିଜେପି

ଆଇପିଏସ୍ ଅଫିସର ଅମିତାଭ ଠାକୁର ଓ ଆଶିଷ ସିଂହଙ୍କୁ ବଦଳି କର: ଦାବି କଲା ବିଜେପି
ଆଇପିଏସ୍ ଅଫିସର ଅମିତାଭ ଠାକୁର ଓ ଆଶିଷ ସିଂହଙ୍କୁ ବଦଳି କର: ଦାବି କଲା ବିଜେପି

ଭୁବନେଶ୍ୱର: ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ । ସେଥିପାଇଁ ସବୁ ଦଳ ସେମାନଙ୍କ ରଣନୀତି ଆପଣାଇବାରେ ବ୍ୟସ୍ତ ଥିବା ବେଳେ ଆଗାମୀ ନିର୍ବାଚନ ସମୟରେ ଯେମିତି କୌଣସି ଗୋଳିଆ ଘଣ୍ଟା ସ୍ଥିତି ନଉପୁଜେ ସେଥିଲାଗି କିଛି ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଚାଲିଚଳଣକୁ ଆଖି ଆଗରେ ରଖି ସେମାନଙ୍କୁ ବଦଳି ଦାବି କରିଛି ରାଜ୍ୟ ବିଜେପି ।

ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଆଇପିଏସ୍ ଅମିତାଭ ଠାକୁର ଓ ଆଶିଷ ସିଂହଙ୍କୁ ବଦଳି କରିବାକୁ ଗୃହ ସଚିବଙ୍କ ନିକଟରେ ଦାବି କରିଛି ବିଜେପି । ଗତକାଲି ରାଜ୍ୟ ବିଜେପିର ଏକ ଟିମ୍ ଗୃହ ସଚିବଙ୍କୁ ଭେଟି ଏହି ଦାବି କରିଛନ୍ତି ।

ଆଇଜି ଶ୍ରୀ ଠାକୁର ଓ ଡିଆଇଜି ଆଶିଷ ସିଂହ ଶାସକ ଦଳର ହାତବାରିସୀ ସାଜିଥିବା ବିଜେପି ଅଭିଯୋଗ ଆଣିଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଆଇଜି ଅଭିତାଭ ଠାକୁର ଓ ଡିଆଇଜି ଆଶିଷ ସିଂହଙ୍କ ବଦଳି ପାଇଁ ଗୃହ ସଚିବଙ୍କ ନିକଟରେ ଦାବି କରିଛୁ । ଆଗାମୀ ସାଧାରଣ ନିର୍ବାଚନରେ ଯେପରି ଏହି ଆଇପିଏସ୍ ଅଧିକାରୀମାନେ ବାଧା ସୃଷ୍ଟି ନ କରନ୍ତି ସେଥିଲାଗି ଆମେ ଗୃହ ସଚିବଙ୍କ ନିକଟରେ ଏହି ଦାବିପତ୍ର ଦେଇଛୁ ।”

Share this story