କେତେ ସ୍ୱଚ୍ଛ ନବୀନ ତାହା ଏହି ଭାଇରାଲ ଭିଡ଼ିଓ ପ୍ରମାଣ କରିଛି, ଦେଖନ୍ତୁ ଭିଡ଼ିଓ

କେତେ ସ୍ୱଚ୍ଛ ନବୀନ ତାହା ଏହି ଭାଇରାଲ ଭିଡ଼ିଓ ପ୍ରମାଣ କରିଛି, ଦେଖନ୍ତୁ ଭିଡ଼ିଓ
କେତେ ସ୍ୱଚ୍ଛ ନବୀନ ତାହା ଏହି ଭାଇରାଲ ଭିଡ଼ିଓ ପ୍ରମାଣ କରିଛି, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର: ଓଡ଼ିଶାରେ ୪ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ କାହିଁକି ଆପଣାଇଛନ୍ତି ଓ ସେ ଓଡ଼ିଶାର ନମ୍ବର-୧ ମୁଖ୍ୟମନ୍ତ୍ରୀ ହେବାର ପଦ ପାଇବା ପଛରେ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତୀ ଓ କାର୍ଯ୍ୟକଳାପ ହିଁ ପ୍ରମାଣ କରିଛି ଭାଇରାଲ ହୋଇଥିବା ଏକ ଭିଡ଼ିଓ । ହେଲିକପ୍ଟରରେ ବସିଥିବା ନବୀନ ପଟ୍ଟନାୟକଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହା ତାଙ୍କ କାର୍ଯ୍ୟପନ୍ଥା କେତେ ନିର୍ମଳ ଏହା ପ୍ରମାଣ କରିଛି ।

ଭିଡ଼ିଓଟି ଗତକାଲି ରାଉରକେଲା ପ୍ରଚାର ସାରି ହେଲିପ୍ୟାଡ୍ ରୁ ଫେରୁଥିବା ସମୟର ଦୃଶ୍ୟକୁ ଦେଖାଇଛି । ଯେଉଁଥିରେ ନିର୍ବାଚନ କମିଶନଙ୍କ ଦ୍ୱାରା ଗଠିତ ହୋଇଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍ ହଠାତ୍ ହେଲିପ୍ୟାଡ୍ ରେ ଆସି ପହଂଚିଛନ୍ତି । ନିର୍ବାଚନୀ ପ୍ରଚାର ଥିବାରୁ କାଳେ ଶ୍ରୀ ପଟ୍ଟନାୟକ କିଛି ଅର୍ଥ ନେଉଥିବା ସନ୍ଦେହରେ ତାଙ୍କ ହେଲିକପ୍ଟର ଓ ଲଗେଜ୍ କୁ ଅଚାନକ ଚେକିଂ କରିଥିବା ଦଳୀୟ କର୍ମୀ ସୂଚନା ଦେଇଛନ୍ତି ।

ତଥାପି ନିର୍ମଳ ଭାବମୂର୍ତ୍ତୀ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫ୍ଲାଇଙ୍ଗ ସ୍କ୍ୱାଡ୍ ଟିମଙ୍କୁ ବିରୋଧ ନକରି ଚେକିଂ କରିବା ପାଇଁ ଅନୁମତି ଦେଇଥିଲେ । ଟିମ୍ ତାଙ୍କ ବ୍ୟାଗ୍, ଲଗେଜ୍, ହେଲିକପ୍ଟରରେ ଥିବା ଅନ୍ୟାନ ଜିନିଷ ଚେକିଂ କରିଥିଲେ । ପରେ କିଛି ନପାଇ ସେଠାରୁ ଚାଲିଯାଇଥିଲେ ।

ତଥାପି ଚେକିଂ ସରିବା ପରେ ସିଏମ୍ ଶ୍ରୀ ପଟ୍ଟନାୟକ ସ୍କ୍ୱାଡ୍ କୁ ଧନ୍ୟବାଦ୍ ଜଣାଇଥିଲେ । ତେଣୁ ସିଏମ୍ ତାଙ୍କ ସରଳତା ଓ ନିର୍ମଳ ଭାବମୂର୍ତ୍ତୀ ପାଇଁ ସେ ୪ଥର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଲୋକେ ଏବେ ବି ତାଙ୍କୁ ଫେବୋରାଇଟ୍ ସିଏମ୍ ବୋଲି ମାନୁଛନ୍ତି । ଆଉ ଏଥର ବି ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ବିଜୟ ଲାଭ କରିବେ ବୋଲି ତାଙ୍କ ଦଳୀୟ ନେତା ଜୋର କରି କହିଛନ୍ତି ।

Share this story