World Odia Language Conferene

ପାୟନିୟର୍‌ ସମ୍ପାଦକଙ୍କ ପରଲୋକ; ଚନ୍ଦନ ମିତ୍ରଙ୍କ ଆତ୍ମାକୁ ଶାନ୍ତି ପ୍ରାର୍ଥନା କଲେ ପ୍ରଶଂସକ, ସମର୍ଥକ

chandan mitra

ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ହେବା ପରେ ଚନ୍ଦନ ମିତ୍ରଙ୍କର ରାଜନୈତିକ ‘କ୍ୟାରିୟର୍‌’ ଆରମ୍ଭ ହୋଇଥିଲା

 ୨୦୧୦ରେ ମଧ୍ୟ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାର ବିଜେପି ସାଂସଦ ଭାବେ ଦ୍ବିତୀୟ ପାଳି ଆରମ୍ଭ କରିଥିଲେ

୨୦୧୮ରେ ସେ ବିଜେପି ଛାଡ଼ି ‘ତୃଣମୂଳ କଂଗ୍ରେସ’ରେ ଯୋଗଦେଇଥିଲେ

ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ବାଦପତ୍ର ପାୟନିୟର୍‌ର ସମ୍ପାଦକ ଥିବା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ଡକ୍ଟର୍‌ ଚନ୍ଦନ ମିତ୍ରଙ୍କର ଗତରାତିରେ ଦିଲ୍ଲୀରେ ଦେହାନ୍ତ ହୋଇଥିବା କଥା ତାଙ୍କ ପୁତ୍ର କୁଶନ୍‌ ମିତ୍ର ଗଣମାଧ୍ୟମକୁ କହିଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସ୍ବପନ ଦାସଗୁପ୍ତା କହିଛନ୍ତି, ଆଜି ସକାଳେ ମୁଁ ମୋର ସବୁଠୁ ଅନ୍ତରଙ୍ଗ ବନ୍ଧୁ ପାୟନିୟର୍‌ର ସମ୍ପାଦକ ତଥା ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କୁ ହରାଇଛି। ଆମେ ଲା ମାର୍ଟିନିୟର୍‌ରେ ସହପାଠୀ ଥିଲୁ ଏବଂ ସେଣ୍ଟ୍‌ ଷ୍ଟିଫେନ୍‌ଅକ୍ସ୍‌ଫୋର୍ଡକୁ ଯାଇଥିଲୁ। ଏକା ସମୟରେ ହିଁ ଆମେ ସାମ୍ବାଦିକତାରେ ସାମିଲ ହୋଇ ଏବଂ ଅଯୋଧ୍ୟା ଓ ଗୈରିକ ଲହର ଉତ୍ସାହକୁ ସେୟାର୍‌ କରିଥିଲୁ।

ସୂଚନାଯୋଗ୍ୟ, ୨୦୦୩ରେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ହେବା ପରେ ଚନ୍ଦନ ମିତ୍ରଙ୍କର ରାଜନୈତିକ କ୍ୟାରିୟର୍‌ଆରମ୍ଭ ହୋଇଥିଲା। ୨୦୧୦ରେ ମଧ୍ୟ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାର ବିଜେପି ସାଂସଦ ଭାବେ ଦ୍ବିତୀୟ ପାଳି ଆରମ୍ଭ କରିଥିଲେ। ୨୦୧୮ରେ ସେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ।

ଚନ୍ଦନ ମିତ୍ର କୋଲ୍‌କାତାର ଲା ମାର୍ଟିନିୟର୍‌ ସ୍କୁଲ୍‌’, ଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍‌ରୁ ଶିକ୍ଷା ଗ୍ରହଣ କରିବା ପରେ ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ପାୟନିୟର୍‌ରେ ଯୋଗ ଦେବା ପୂର୍ବରୁ ସେ ଦି ଷ୍ଟେଟ୍‌ସ୍‌ମ୍ୟାନ୍‌’, ‘ଦି ଟାଇମ୍‌ସ୍‌ ଅଫ୍ ଇଣ୍ଡିଆ’, ‘ଦି ସଣ୍ଡେ୍‌ ଅବଜର୍‌ଭର୍‌ଏବଂ ଦି ହିନ୍ଦୁସ୍ତାନ ଟାଇମ୍ସ୍‌ପ୍ରଭୃତି ସମ୍ବାଦପତ୍ରରେ ସାମ୍ବାଦିକତା କରିଥିଲେ।

ସେ ପାୟନିୟର୍‌ଖବରକାଗଜର ମୁଦ୍ରାକାର ଏବଂ ପ୍ରକାଶକ ପଦବୀରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ନେରନ୍ଦ୍ର କୁମାରଙ୍କୁ ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ସେ ଦିଲ୍ଲୀ ପାୟନିୟର୍‌ର ପରିଚାଳନା ନିର୍ଦେଶକ ଥିଲେ। ତାଙ୍କର ପତ୍ନୀ ଓ ଦୁଇ ପୁତ୍ର ଅଛନ୍ତି।

Share this story