ଲଗେଇ ଭାଷା କହିଲେ ମନ୍ତ୍ରୀ; ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଭିଜୁଆଲ ...

minister

ଓଡ଼ିଆ ଗସିପ୍ ବ୍ୟୁରୋ: ମନ୍ତ୍ରୀ ପ୍ରତାପ ଜେନା ଏବେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି। ମହିଳାମାନଙ୍କ ପାଖରେ ଛିଡା ହୋଇ ସେ ଅଶ୍ଲୀଳ ଭାଷା କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଶୁଣିଲେ, ଆପଣ ନିଜେ ନିଜକୁ ଲଜ୍ଜିତ ମନେକରିବେ। କାହିଁକି ନା ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ପ୍ରତାପ ଜେନା। ତାଙ୍କ ମୁହଁରେ ଏମିତି ଭାଷାକୁ ଲୋକମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି। ଜଣେ ମହିଳା ସୋସିଆଲ ମିଡିଆରେ ଏହି ଭିଡିଓକୁ ଭାଇରାଲ୍ କରିଛନ୍ତି। ଏହି ବରିଷ୍ଠ ମନ୍ତ୍ରୀ ଯେ ଏତେ ତଳକୁ ଖସିଯାଇପାରନ୍ତି, ତାହା ଲୋକଙ୍କ କଳ୍ପନାର ବାହାରେ। ଏଭଳି ଭାଷା ଅଶିକ୍ଷିତ ଲୋକମାନେ ମଧ୍ୟ କହିବାକୁ କୁଣ୍ଠାବୋଧ କରନ୍ତି।

ଣ କହିଛନ୍ତି ମନ୍ତ୍ରୀ?

ଏହି ଭିଡିଓ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ନବୀନ ବାବୁଙ୍କର ଆଇନ୍ ମନ୍ତ୍ରୀ। ଜଣେ ମନ୍ତ୍ରୀ ହୋଇ ସେ ସବୁ ସୀମା ଟପି ଯାଇଛନ୍ତି। ଏହି ଭିଡିଓରେ ସେ କେଉଁଠି ଓ କାହା ପ୍ରତି ଏହି ଅଶ୍ଲୀଳ ଭାଷା ପ୍ରୟୋଗ କରିଛନ୍ତି, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡୁନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ, ଏହି ଘଟଣା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୌଣସି ଏକ ସ୍ଥାନରେ ଘଟିଛି। ସେହି ସ୍ଥାନରେ ତାଙ୍କୁ ଘେରି ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଛନ୍ତି। ଅନେକ ମହିଳା ମଧ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖରେ ଛିଡା ହୋଇଛନ୍ତି। ମନ୍ତ୍ରୀ କହୁଛନ୍ତି, ‘ଅଙ୍ଗନବାଡି ବାଲାଙ୍କୁ ଖାଲି ଚାଉଳ ଦେବ, ଆଉ ହେଲପର ବାଲାଙ୍କୁ ଚାଉଳ ନାଇଁ, ଆଶା ବାଲାଙ୍କ ପାଇଁ ଚାଉଳ ନାଇଁ ..... ରାଜନୀତି କରୁଚ…..?

ତେବେ ସମସ୍ତଙ୍କ ଆଗରେ, ଲୋକ ଗହଳି ଭିତରେ ନବୀନଙ୍କ ଆଇନ୍ ମନ୍ତ୍ରୀ ଯାହା କହିଛନ୍ତି, ଖୋଲାଖୋଲି ଭାବେ ତାହା ଏଠି ଲେଖିବା ସମ୍ଭବ ନୁହେଁ। ଏଭଳି ଭାଷା କୌଣସି ସ୍ଥାନରେ ବି କହି ହେବନାହିଁ କିମ୍ବା ଲେଖି ହେବନାହିଁ। କାରଣ ତାହା ଅଶ୍ଳୀଳ ଶବ୍ଦ। କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ସର୍ବସାଧାରଣ ସ୍ଥାନରେ ଏଭଳି କହିଛନ୍ତି। ତାହା ପୁଣି ମହିଳାମାନଙ୍କ ସାମନାରେ। ଏହା କହି ସାରିବା ପରେ ମନ୍ତ୍ରୀ ଜାଣିଗଲେ, କେହି ଜଣେ ତାଙ୍କ କଥାକୁ ଶୁଟିଂ କରୁଛନ୍ତି। ତେଣୁ କିଛି ନକହି ଚୁପଚାପ୍ ଚାଲି ଯାଉଛନ୍ତି। ଭିଡିଓରେ ଏହା ହିଁ ସ୍ପଷ୍ଟ ଭାବେ ଜଣାପଡୁଛି। କିନ୍ତୁ ଏଭଳି କଥା କହି ସେ ଟିକିଏ ବି ଅନୁତପ୍ତ ଥିଲା ପରି ଜଣାପଡୁ ନାହାନ୍ତି। ଯେମିତି ଏହା ତାଙ୍କର ଅଭ୍ୟାସଗତ।

Share this story