ଟିଭି ଚ୍ୟାନେଲଗୁଡ଼ିକ ଉପରେ ରାଗିଗଲେ ଦେଶର ସର୍ବୋଚ୍ଚନ୍ୟାୟାଳୟ; ଆଗକୁ ଏହି ପ୍ରସଙ୍ଗରେ ଏମିତି ନ କରିବାକୁ କଲେ ତାଗିଦ

upreme court
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣର ପରିସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଟିଭିରେ କୋର୍ଟର ପ୍ରକ୍ରିୟା କିପରି ଦେଖାଯାଉଛି ସେଥିପାଇଁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି ଯେ ଟିଭି ଚ୍ୟାନେଲଗୁଡ଼ିକ ଏଠାରେ କିଛି କୁହାଯାଉଛି ଏବଂ ସେମାନେ ଏହାର ଅନ୍ୟ ଅର୍ଥ ପ୍ରସାରଣ କରୁଛନ୍ତି । ଅଦାଲତ କହିଛନ୍ତି ଯେ ଏହା ଜଣାପଡୁଛି ଯେ ସେମାନେ କିଛି ବୁଝନ୍ତି ନାହିଁ, ସେମାନେ କେବଳ ସେମାନଙ୍କର ଏଜେଣ୍ଡା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ପ୍ରଦୂଷଣର ଅନେକ କାରଣ ଅଛି, କିନ୍ତୁ ଟିଭିରେ ଚାଲିଥିବା ବିତର୍କ ସବୁଠୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି । ସେମାନେ ପ୍ରସଙ୍ଗ ନ ବୁଝି ଷ୍ଟେଟମେଣ୍ଟଗୁଡିକ ପ୍ରସଙ୍ଗ ବାହାରେ ରିପୋର୍ଟ କରାଯାଉଛି । ସମସ୍ତଙ୍କର ନିଜସ୍ୱ ଏଜେଣ୍ଡା ଅଛି ଏବଂ ଏହାକୁ ବଢାଇବା ଦିଗରେ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ସଂକ୍ରାନ୍ତରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଦାଖଲ କରିଥିବା ତଥ୍ୟାବଳୀର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏ ଭଳି ମନ୍ତବ୍ୟ ଦେଇଛନ୍ତି ।

ନଡ଼ା ପୋଡୁଥିବା କୃଷକମାନଙ୍କୁ ଦାୟୀ କରୁଥିବା ବ୍ୟକ୍ତିମାନଙ୍କୁ ସମାଲୋଚନା କରି ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଥିବା ପାଞ୍ଚ/ସାତ ତାରକା ହୋଟେଲ୍‌ରେ ବସି ସେମାନେ ଏହି ପ୍ରଦୂଷଣରେ କୃଷକମାନଙ୍କ 30 - 40 % ଅବଦାନ ଥିବା କଥା କହି ସମାଲୋଚନା କରୁଛନ୍ତି । 'ଲ୍ୟାଣ୍ଡ୍‌ ହୋଲ୍‌ଡିଙ୍ଗ୍‌'ପିଛା କୃଷକମାନଙ୍କର ଆୟ ଆପଣମାନେ ଜାଣନ୍ତି କି ? ନିଷେଧାଦେଶ ସତ୍ତ୍ୱେ ବାଣ ଫୁଟାଯିବା କଥାକୁ ଆମେ ହେୟଜ୍ଞାନ କରୁଛୁ ।

ନଭେମ୍ବର ମାସରେ ହୋଇଥିବା ନଡ଼ାପୋଡ଼ି ସଂଖ୍ୟା ଖୁବ୍‌ ଅଧିକ ହୋଇଥିଲେ ବି ତାହାକୁ ‌ବାଦ୍‌ ଦିଆଯିବା ଉଚିତ ବୋଲି ଦିଲ୍ଲୀ ସରକାରଙ୍କ ତରଫରୁ ହାଜର ହୋଇଥିବା ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଂହୱି କହିବା ପରେ ସୁପ୍ରିମ୍‌ କୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ, ନଡ଼ାପୋଡ଼ି ଯୋଗୁଁ କେତେ ପରିମାଣରେ ପ୍ରଦୂଷଣ ‌ହୋଇଛି ତାହାର ସଠିକ ଆକଳନ ହୋଇନାହିଁ ।

ଗତ ଶୁଣାଣିରେ ସୁପ୍ରିମକୋର୍ଟ ପ୍ରଦୂଷଣ ପ୍ରସଙ୍ଗରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ତାଗିଦ କରିଥିଲେ । ଦିଲ୍ଲୀ ସରକାରଙ୍କ ଆଫିଡେଭିଟ୍ ଦେଖିବା ପରେ କୋର୍ଟ କହିଛନ୍ତି ଯେ ଆପଣ ପ୍ରଦୂଷଣର ସମସ୍ତ ଦୋଷ ପଡୋଶୀ ରାଜ୍ୟର ଚାଷୀଙ୍କ ଉପରେ ରଖିଛନ୍ତି, ଏହା ସମ୍ପୂର୍ଣ୍ଣ ଭୁଲ୍ । ଦେଖାଯାଉଛି ଯେ ଆପଣ ଏଥିରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି ।

ଆସନ୍ତୁ ଜାଣିବା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ବାୟୁ ପ୍ରଦୂଷଣକୁ ନେଇ ସରକାର ଗମ୍ଭୀରତା ଦେଖାଇ ନାହାଁନ୍ତି ଏବଂ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନଙ୍କୁ କୋର୍ଟଙ୍କ ତତ୍ତ୍ୱାବଧାନରେ ନେବାକୁ ଦାବି କରିଛନ୍ତି । ମୁଖ୍ୟ ବିଚାରପତି ଏନ ବି ରମଣା, ଜଷ୍ଟିସ୍ ଜିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରୁଛି ।

Share this story