ପୁଡୁଚେରୀରେ ଗାଦି ସମ୍ଭାଳିପାରିଲାନି କଂଗ୍ରେସ; ଏଥିପାଇଁ ଦାୟୀ କିଏ?
ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଏକ ଗଡ଼ ହରାଇଲା କଂଗ୍ରେସ । ପୁଡୁଚେରୀରେ ଗଡ଼ିଲା କଂଗ୍ରେସ ସରକାର । ଫ୍ଲୋର୍ ଟେଷ୍ଟରେ ପରାଜିତ ହେଲା ଭି ନାରାୟଣସ୍ୱାମୀ ସରକାର । କିଛି ଦିନ ଧରି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଜଣକ ପରେ ଜଣେ କଂଗ୍ରେସ ବିଧାୟକ ଦଳ ଛାଡ଼ିବାକୁ ଆରମ୍ଭ କରିଥିଲେ । ଗୋଟିଏ ମାସ ମଧ୍ୟ ପ୍ରାୟ ୪ ଜଣ ବିଧାୟକ ଦଳ ଛାଡ଼ିଥିଲେ । ଯାହାକି ପୁଡୁଚେରୀ କଂଗ୍ରେସ ପାଇଁ ଚଡ଼କ ପଡ଼ିଥିଲା ।
Puducherry Chief Minister submits resignation to the Lieutenant Governor after losing majority in the Assembly pic.twitter.com/Y2posu1zXQ
— ANI (@ANI) February 22, 2021
ତେବେ ଗୋଟିଏ ମାସରେ ୪ ଜଣ ବିଧାୟକ ଦଳ ଛାଡ଼ିବା ପରେ କଂଗ୍ରେସ ବହୁମତ ହରାଇଥିଲା । ଏଥିପାଇଁ ଫ୍ଲୋର୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନୂଆ କରି ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ । ହେଲେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିନଥିଲେ ନାରାୟଣସ୍ୱାମୀ ସରକାର । ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିବା କଥା ବାଚସ୍ପତି ଭିପି ସିବକୋଲୁନ୍ଧୁ ଘୋଷଣା କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି।
Puducherry CM Narayanasamy resigns after losing trust vote#narayanasamy #Puducherry https://t.co/hUlrnFDHXL
— The News Minute (@thenewsminute) February 22, 2021
ରବିବାର ସନ୍ଧ୍ୟାସୁଦ୍ଧା ପୁଡୁଚେରୀ ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ଥିଲା ମାତ୍ର ୧୧ । ଏହି କଥା ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ କହିଲେ, ବିଧାୟକମାନେ ଦଳ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍ । ଇସ୍ତଫା ଦେଇଥିବା ବିଧାୟକମାନେ ଜନତାଙ୍କୁ ମୁହଁ ଦେଖାଇ ପାରିବେ ନାହିଁ । କାରଣ ଜନତା ସେମାନଙ୍କୁ ସୁବିଧାବାଦୀ ବୋଲି କହିବେ । ଆସ୍ଥା ଭୋଟ୍ରେ ପରାଜିତ ହେବା ପରେ ବିଦାୟକାଳୀନ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ତାଙ୍କ ମନ୍ତ୍ରୀମାନଙ୍କ ସହ ବିଧାନସଭା ବାହାରକୁ ଚାଲିଯାଇଥିଲେ।