ତଣ୍ଟିଆ ମାରି ତଡିପାର କଲେ ମୁଖିଆ; ଏହି କାରଣ ପାଇଁ ବିଦା ହେଲେ ଗୋପାଳପୁର ବିଧାୟକ

ତଣ୍ଟିଆ ମାରି ତଡିପାର କଲେ ମୁଖିଆ; ଏହି କାରଣ ପାଇଁ ବିଦା ହେଲେ ଗୋପାଳପୁର ବିଧାୟକ

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜନୀତିର ରଣକ୍ଷେତ୍ରରେ କିଛି ବି ସମ୍ଭବ । ଆଜି ଯିଏ ମନ୍ତ୍ରୀ କାଲି ସିଏ ମାଗିଖିଆ ବି ହୋଇପାରେ । ଆଉ ଯିଏ ବିଲେଇ ଭଳି ଖିର ପିଇବାକୁ ଚେଷ୍ଟା କରେ ସେ ଧରା ପଡ଼ି ଘରୁ ତଡ଼ା ଖାଏ । ଯେମିତି ଚୋର ଘର ସବୁବେଳେ ଅନ୍ଧାର ନଥାଏ ସେମିତି ବିଶ୍ୱାସଘାତକତା ଏବଂ ବିଦ୍ରୋହ ଅଧିକ ଦିନ ତିଷ୍ଠି ପାରିନଥାଏ ଦିନେ ନା ଦିନେ ତାହା ବିସ୍ଫୋଟକ ରୂପ ନେଇ ବାହାରକୁ ଆସିଥାଏ । ସେମିତି ଏକ ରାଜନୀତିର ପଶାପାଲୀରେ ଆଜି ହାରିଯାଇଛନ୍ତି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ।

ଶାସକ ବିଜୁ ଜନତା ଦଳ-ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବିଦା ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପଙ୍କୁ ବହିଷ୍କୃତ କରାଯାଇଥିବା ନେଇ ବିଜେଡି ମିଡିଆ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି । ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ମିଡିଆକୁ ଜାରି କରାଯାଇଥିବା ଦଳୀୟ ନିର୍ଦ୍ଦେଶନାମାରେ କୁହାଯାଇଛି ।

କିଛିଦିନ ହେବ ଆଇଏଫଏସ୍ ଅଫସିର ଅଭୟ ପାଠକଙ୍କ ଅମାପ ସଂପତ୍ତିର ଗୁମର ଖୋଳୁ ଖୋଳୁ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ  ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କ ଥିବା ସୂଚନା ମିଳିଥିଲା । ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା । ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ବିଧାୟକ ମାନେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଧାରରେ ତାଙ୍କୁ ବିଜେଡି ସୁପ୍ରିମୋ ନିବୀନ ପଟ୍ଟନାୟକ ଦଳରୁ ବିଦା କରିଥିବା ଅନୁମାନ କରାଯାଉଛି ।

ସୂଚନା ଥାଉ କି ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ନିଲମ୍ବିତ IFS ଅଧିକାରୀ ଅଭୟ ପାଠକଙ୍କ ପୁଅଙ୍କର ବାହାଘର ଠିକ୍ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ଏବେ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଅଛନ୍ତି। ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।

Share this story