ରାଜନୀତିରେ ରଜନୀ’: ବର୍ଷ ଶେଷକୁ ଦଳ ଘୋଷଣା

ରାଜନୀତିରେ ‘ରଜନୀ’: ବର୍ଷ ଶେଷକୁ ଦଳ ଘୋଷଣା

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଥମେ ରାଜନୀତିକୁ ନା ଏବେ କିନ୍ତୁ ହଁ । ରାଜନୀତିରେ ପ୍ରବେଶ କରି ତାମିଲନାଡୁ ରାଜନୀତିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀଜ୍ ର ସବୁଠାରୁ ବଡ଼ ସୁପରଷ୍ଟାର ରଜନୀକାନ୍ତ ।

ଆସନ୍ତା ୩୧ ତାରିଖରେ ନିଜର ଦଳ ଗଠନ କରିବେ ଥଲାଇଭା । ଏ ସମ୍ପର୍କରେ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା ୩୧ ତାରିଖ ଦିନ ଦଳ ଗଠନ ନେଇ ସମସ୍ତ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବେ ରଜନୀକାନ୍ତ । ଏହାପରେ ନୂଆ ବର୍ଷରୁ ଅର୍ଥାତ ଜାନୁଆରୀରେ ଦଳ ଗଠନ ହେବ ବୋଲି ସେ କହିଛନ୍ତି ।

ତାମିଲନାଡ଼ୁ ରାଜନୀତରେ ଲୋକଙ୍କ ସେବା ଓ ବିଜୟ ହେବା ପାଇଁ ଦଳ ଗଠନ କରୁଥିବା କହିଛନ୍ତି ରଜନୀକାନ୍ତ । ଗତ ସପ୍ତାହରେ ତାମିଳନାଡ଼ୁର ସମସ୍ତ ଜିଲ୍ଲାରେ ନିଜର ସଚିବ ନିଯୁକ୍ତ କରିଥିଲେ ରଜନୀକାନ୍ତ ।



ସୂଚନା ଥାଉ କି, ଗତ ଦୁଇ ବର୍ଷ ଧରି ରଜନୀକାନ୍ତ ଦଳ ଗଠନ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପାର୍ଟି ନାଁ ଘୋଷଣା ନକରିବା ସତ୍ତ୍ୱେ ରାଜନୈତିକ ବୟାନ ଓ ବିଭିନ୍ନ ସମାବେଶରେ ଯୋଗଦେଇଥିଲେ ରଜନୀକାନ୍ତ ।  ଆସନ୍ତାବର୍ଷ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

Share this story