ରାଜ୍ୟ ରାଜନୀତିରେ ନିଆଁ ଲଗାଇଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

soumya-ranjan-patnaik-

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟ ରାଜନୀତିରେ ଆଜି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଢେରା ସାରା ଚର୍ଚ୍ଚା । କୋଭିଡ୍ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ନିର୍ଦ୍ଧାରଣ, କାର୍ଯ୍ୟ କରିବାର ତରିକା ଏବଂ ଶାସନ ବ୍ୟବସ୍ଥାର ଅପ୍ରିୟ ସତକୁ ସାମ୍ନାକୁ ଆଣିଥିବା ଦାବି କରିଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ କଥା ମଧ୍ୟ ଚର୍ଚ୍ଚା ହେଉଛି ।

ପ୍ରକୃତରେ ସୌମ୍ୟବାହୁଙ୍କ ସମ୍ପଦକୀୟରେ ରାଜ୍ୟରେ କୋଭିଡ୍ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ କିଛି ପ୍ରଶ୍ନ ଉଠାଇଛନ୍ତି । ହୁଏତ ଦଳର ଅନ୍ୟନେତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିପାରନ୍ତି କିନ୍ତୁ ସୌମ୍ୟ ଯେ, କହୁ କହୁ ବହୁତ କିଛି କହିଦେଇଛନ୍ତି ଏକଥା ସମସ୍ତେ ମାନିଛନ୍ତି ।

ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରକୃତରେ କେତେ? ଏହାକୁ ନେଇ ବିଭିନ୍ନ ସମୟରେ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଖୋଦ୍ ଶାସକ ଦଳର ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ଏବେ ସବୁ ଆଲୋଡ଼ନ ସୃଷ୍ଟି କରିଛି। ଯେଉଁଥିରେ ସୌମ୍ୟ ଲେଖିଛନ୍ତି- କେତେକ ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁଁ ଓଡ଼ିଶାର କରୋନା ମୃତକଙ୍କ ସଂଖ୍ୟାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି। ଏଥିପାଇଁ ନବୀନ ସରକାର ଅଡୁଆରେ ପଡୁଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି କଳେବଳେ କୌଶଳେ ଶ୍ରେଣୀରେ ପ୍ରଥମ ହେବାର ନିଶା ଓ ଅତୀତ ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ। 

null



ସତ ମୃତ୍ୟୁ ସଂଖ୍ୟାଟିକୁ କହିଦେଇଥିଲେ ବିଶେଷ କିଛି କ୍ଷତି ହେବାର ନଥିଲା, ବରଂ ତାକୁ ଲୁଚାଇବାକୁ ଯାଇ ପ୍ରଶାସନ ଯେଉଁ ଗୁରୁଚଣ୍ଡାଳ ଦୋଷ ସବୁ କରିଛି ତାହା ଶାସନର ମର୍ଯ୍ୟାଦାକୁ ନଷ୍ଟ କରୁଛି। ପ୍ରଶାସନର ବାମ ହାତ କଣ କରୁଛି ତାହା ଡାହାଣ ହାତ ଜାଣୁନାହିଁ। ତେବେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ କେତେ ଅବଗତ ଅଛନ୍ତି ଆମେ ଜାଣୁନା ବୋଲି ସୌମ୍ୟ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର କୋଭିଡ୍ ମୃତକଙ୍କ ସଂପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରି ନିଜର ସାହସର ପରିଚୟ ଦିଅନ୍ତୁ ବୋଲି ସୌମ୍ୟ କହିଛନ୍ତି।

ଏହାସହ ଓଡ଼ିଶାବାସୀ ତାଙ୍କୁ ଆହୁରି ଅଧିକ ଭଲ ପାଇବେ। ସେ ଆହୁରି ମଧ୍ୟ ଲେଖିଛନ୍ତି, ମେଧାବୀ ଛାତ୍ରଟିଏ ଶ୍ରେଣୀରେ ଥରେ ପ୍ରଥମ ହେଲେ ସେ ବାରମ୍ବାର ପ୍ରଥମ ହେବାକୁ ଚାହେଁ ଏବଂ ସେହି ଚାପରେ ଯତ୍ପରୋନାସ୍ତି ଉଦ୍ୟମ କରେ। ନିର୍ବାଚନରେ ଜିତିବା କଥା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ସବୁଥିରେ ପ୍ରଥମ ହେବାକୁ ଚାହେଁ ଏ ପ୍ରକାର ଆଭିମୁଖ୍ୟ ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ଯେତେ ସ୍ପୃହଣୀୟ ହେଲେ ମଧ୍ୟ ମାତ୍ରାଧିକ ଚାପରେ ଆମେ ଏପରି କିଛି କାର୍ଯ୍ୟ କରିବସୁ। ଯାହା ଚନ୍ଦ୍ରରେ କଳଙ୍କ ପରି ହୋଇଯାଏ ବୋଲି ସୌମ୍ୟ କହିଛନ୍ତି। କୋଭିଡ୍ ମୁକାବିଲାର ରଣକୌଶଳ କିଛି ପରିମାଣରେ ଏପରି ହୋଇଗଲା ପରି ମନେହେଉଛି ବୋଲି ସେ କହିଛନ୍ତି। ନିକଟରେ ସୁପ୍ରିମକୋର୍ଟ କୋଭିଡ୍ ମୃତକଙ୍କ ସଂଖ୍ୟା ଠିକ୍ ଭାବେ ପଞ୍ଜୀକୃତ ହେବା ଉଚିତ୍ ବୋଲି କହିଥିଲେ। ଓଡ଼ିଶା ହାଇକୋର୍ଟ ମଧ୍ୟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଠିକ୍ ସେପରି ମନ୍ତବ୍ୟ ଦେଇଛନ୍ତି। ଆଉ ଏଭଳି ସ୍ଥିତିରେ ସୌମ୍ୟରଂଜନଙ୍କ ଏଭଳି ଲେଖାକୁ ନେଇ ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି। ସୌମ୍ୟ ଆମ ଘର ହାଲଚାଲ୍‌ ଶୀର୍ଷକ ସଂପାଦକୀୟ ଟିକୁ ନିଜେ ଟ୍ୱିଟ୍ ମଧ୍ୟ କରିଛନ୍ତି।

Share this story