ରାଜନୀତିର ପ୍ରବେଶ କରିବେ ସୋନୁ ସୁଦଙ୍କ ଭଉଣୀ; ପଞ୍ଜାବ ନିର୍ବାଚନ ପୂର୍ବରୁ କଲେ ଘୋଷଣା

ଓଡ଼ିଆ ଗସିପ୍ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଲିଉଡ୍ ଅଭିନେତା ତଥା କରୋନା କାଳର ରିଅଲ ହିରୋ ସୋନୁ ସୁଦଙ୍କ ବଡ଼ ଘୋଷଣା । ସୋନୁଙ୍କ ଭଉଣୀ ରାଜନୀତିରେ ପ୍ରବେଶ କରିବେ ବୋଲି ଗତ ରବିବାର ଘୋଷଣା କରିଛନ୍ତି । ତେବେ ସେ କେଉଁ ରାଜନୈତିକ ଦଳରେ ସାମିଲ ହେବେ ଏବଂ କଣ ରହିବ ପରବର୍ତ୍ତୀ ରାଜନୈତିକ ମୁଭ୍ ସେ ନେଇ କୌଣସି ସ୍ପଷ୍ଟ କରିନାହାନ୍ତି ।
ସୋନୁ କିଛି ଦିନ ତଳେ ନୂଆଦିଲ୍ଲୀ ଗସ୍ତ ଅବସରରେ ସୋନୁ ସୁଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀଓ୍ୱାଲଙ୍କୁ ସାକ୍ଷାତ କରିଥିଲେ । ସେ ସମୟରେ ସୋନୁ ଆପ୍ ରେ ସାମିଲ ହୋଇ ରାଜନୀତି କରିବେ ବୋଲି ଚର୍ଚ୍ଚା ହେଉଥିଲା ଆଉ ସୋନୁଙ୍କ ଭଉଣୀ ରାଜନୀତିକୁ ଆସିବା ନେଇ ଘୋଷଣା କରିବା ପରେ ସେ ଆପରେ ଯୋଗଦାନ କରିବେ ବୋଲି ଆଲୋଚନା । ହେଉଛି
Actor Sonu Sood announces his sister Malvika Sood is joining politics, to contest Punjab assembly election from Mogahttps://t.co/a1UcnEjuS2
— OpIndia.com (@OpIndia_com) November 14, 2021
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୋନୁ କହିଛନ୍ତି ଯେ, ମୋ ଭଉଣୀ ମାଳବିକା ସୁଦ୍ ରାଜନୀତିରେ ପ୍ରବେଶ କରିବେ । ସେ ବର୍ତ୍ତମାନ ପ୍ରସ୍ତୁତ ରହିଛନ୍ତି, ମୁଁ ତାଙ୍କୁ ଜନସେବା କରିବାର ଦେଖିଛି ଏହି ଅବସରରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ ଦେଇ ସୋନୁ କହିଛନ୍ତି ଯେ, ବର୍ତ୍ତମାନ ଆମ ଲୋକମାନେ ଡେଙ୍ଗୁ ଏବଂ କିଡନୀ ରୋଗରେ ପଡ଼ୁଛନ୍ତି ଏହି ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ ବେଳେ ସୋନୁ କହିଛନ୍ତି ଯେ, ପଞ୍ଜାବର ଅନେକ ପ୍ରାନ୍ତରେ ବର୍ତ୍ତମାନ ଡେଙ୍ଗୁ କାୟା ବିସ୍ତାର କରିଥିବା ମୁଁ ଦେଖିବାକୁ ପାଇଛି । ଯେଉଁ ରୋଗୀମାନଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ସେମାନଙ୍କ ଲାଗି ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବୁ ।