ଶିବସେନା ସାଂସଦ ଭାବନା ଗବଲିଙ୍କ କାରଖାନା ଉପରେ ଦୁର୍ନୀତି ଆରୋପ: ଆରମ୍ଭ ହେଲା ଶିବସେନା-ବିଜେପି ଲଢେଇ

ସୂଚନା ଅନୁଯାୟୀ, ଇଡି ଟିମର ଚଢ଼ଉ ଜାରି ରହିଛି। ବିଜେପି ଶିବସେନା ନେତା ଭାବନା ଗବଲିଙ୍କ ଉପରେ ୧୦୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ଆଣିଥିଲା। ବିଜେପି ଇଡିରେ ଏନେଇ ଅଭିଯୋଗ କରିଥିଲା।
ସୂଚନା ଅନୁଯାୟୀ, ୟବତମାଲରୁ ଶିବସେନା ସାଂସଦ ଭାବନା ଗବଲିଙ୍କ ଅନେକ ଠିକଣାରେ ଇଡି ଏକାଥରେ ଚଢ଼ଉ କରିଛି। ପ୍ରଥମେ ଇଡି ବସିମ ଜିଲ୍ଲା ରିସୋଡରେ ଚଢ଼ଉ କରିଥିଲା। ବାଲାଜୀ ସରକାର ପାର୍ଟିକଲ ବୋର୍ଡ ବିଏମ୍ଏସ୍ କଲେଜ, ଭବନ ଏଗ୍ରୋ ପ୍ରଡକ୍ଟ ସର୍ଭିସ ଲିମିଟେଡ୍ ଏବଂ ଉତ୍କର୍ଷ ପ୍ରତିଷ୍ଠାନ ଉପରେ ଚଢ଼ଉ ହୋଇଛି।
ରିପୋର୍ଟ ଅନୁଯାୟୀ, ଶିବସେନା ସାଂସଦ ଭାବନା ଗବଲିଙ୍କ କାରଖାନା ଉପରେ ଦୁର୍ନୀତି ଆରୋପ ରହିଛି। ବିଜେପି ନେତା କିରୀଟ ସୋମେୟା ତାଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ଭାବନା ଗବଲି ଶିବସେନାର ଶକ୍ତିଶାଳୀ ନେତାଙ୍କ ମଧ୍ୟରୁ ଜଣେ। ସେ ଲଗାତାର ୫ ଲୋକସଭା ନିର୍ବାଚନ ଜିତି ଆସିଛନ୍ତି। ସେ ପ୍ରଥମଥର ୧୯୯୯ରେ ଲୋକସଭା ସାଂସଦ ହୋଇଥିଲେ। ତାପରେ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ରେ ମଧ୍ୟ ଜିତିଥିଲେ।