ସତ୍ୟପ୍ରକାଶ ନାୟକ ଭଦ୍ରକ ପାଇଁ ପିସିସି ପର୍ଯ୍ୟବେକ୍ଷକ

ସତ୍ୟପ୍ରକାଶ ନାୟକ ଭଦ୍ରକ ପାଇଁ ପିସିସି ପର୍ଯ୍ୟବେକ୍ଷକ
ସତ୍ୟପ୍ରକାଶ ନାୟକ ଭଦ୍ରକ ପାଇଁ ପିସିସି ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଭଦ୍ରକ ସଂସଦୀୟ ନିର୍ବାଚନମଣ୍ଡଳୀ କ୍ଷେତ୍ର ପାଇଁ ସତ୍ୟପ୍ରକାଶ ନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପର୍ଯ୍ୟବେକ୍ଷକ ଦାୟିତ୍ୱ ଅର୍ପଣ କରାଯାଇଛି । ଶ୍ରୀ ନାୟକ ସମ୍ପ୍ରତି ପ୍ରଦେଶ କଂଗ୍ରେସ ମିଡିଆ ଓ କମ୍ୟୁନିକେସନ ବିଭାଗ ଦାୟିତ୍ୱରେ ରହିଛନ୍ତି । ପୂର୍ବ ଦାୟିତ୍ୱ ସହିତ ସେ ଭଦ୍ରକ ସଂସଦୀୟ କ୍ଷେତ୍ରର ପିସିସି ପର୍ଯ୍ୟବେକ୍ଷକ ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି ।

ଶ୍ରୀ ନାୟକ ଖୁବଶୀଘ୍ର ଭଦ୍ରକ ସଂସଦୀୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତକରି ସେଠାରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନରେ ଦଳ ଯେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିବ, ସେ ଦିଗରେ ଆବଶ୍ୟକ ପ୍ରସ୍ତାବ ପିସିସି ନିକଟରେ ଉପସ୍ଥାପନ କରିବାକୁ କୁହାଯାଇଛି । ସେ ଆହୁରି କହିଛନ୍ତି କି ଶ୍ରୀ ସତ୍ୟ ପ୍ରକାଶ ମିଡିଆ ଅଧ୍ୟକ୍ଷ ସମ୍ଭାଳିବା ସହ ଅତିରିକ୍ତ ଭାବେ ପ୍ରଭାରୀ ଦାଇତ୍ୱ ସାମ୍ଭାଳିବେ ।

Share this story