କେନ୍ଦ୍ରାପଡା ବିଧାନସଭା ଆସନରୁ ଲଢ଼ିବେ ଶଶୀ ଭୂଷଣ ବେହେରା

କେନ୍ଦ୍ରାପଡା ବିଧାନସଭା ଆସନରୁ ଲଢ଼ିବେ ଶଶୀ ଭୂଷଣ ବେହେରା
କେନ୍ଦ୍ରାପଡା ବିଧାନସଭା ଆସନରୁ ଲଢ଼ିବେ ଶଶୀ ଭୂଷଣ ବେହେରା

ଭୁବନେଶ୍ୱର: ଶେଷରେ ପ୍ରକାଶ ପାଇଲା ବିଜେଡିର କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ ତାଲିକା । ବିଧାୟକ ପ୍ରାର୍ଥୀ ଭାବେ ଶଶୀ ଭୂଷଣ ବେହେରାଙ୍କୁ ବିଜେଡି ଏହି ଆସନ ପାଇଁ ପ୍ରାର୍ଥୀ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।

ଏହି ଆସନ ପାଇଁ ଅନେକ ଦାବିଦାର ଥିଲେ ମଧ୍ୟ ଶେଷରେ ଦଳ ଶଶୀ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ସୂଚନା ଯୋଗ୍ୟ ଶଶୀ ବେହେରା ଶ୍ୱଶୁର ଘର କେନ୍ଦ୍ରାପଡ଼ାରେ ଥିବା ବେଳେ ସେ ପୂର୍ବରୁ ଅର୍ଥମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି ।

Share this story