ପଞ୍ଜାବର ନିଶାଡ଼ି (ଡ୍ରଗ୍ସ ସେବନକାରୀ)ଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ରିଅଲ ହିରୋ ସୋନୁ ସୁଦ୍

sonu

ଓଡିଆ ଗସିପ୍ ବ୍ୟୁରୋ: ପଞ୍ଜାବରେ ଡ୍ରଗ୍ସ ଏବଂ ଡ୍ରଗ୍ସ ସେବନକାରୀଙ୍କ ସଂଖ୍ୟା ଓ ଏହାର ସ୍ଥିତି କଣ ତାହା ସାରା ଦେଶ ଜାଣିଛି । ଏହି ପ୍ରସଙ୍ଗରେ ମତ ରଖି କରୋନା କାଳର ରିଅଲ ହିରୋ ସୋନୁ ସୁଦ୍ କହିଛନ୍ତି ଯେ, ଏନଜିଓ ମାନଙ୍କ ସହ ଏ କ୍ଷେତ୍ରରେ କାମ କରୁଛନ୍ତି । ପଞ୍ଜାବକୁ ସଂପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ ସେ କାମ କରିବେ ବୋଲି ସୋନୁ ଦୋହରାଇଛନ୍ତି ।

sood

ଡ୍ରଗ୍ସ ଭଳି ନିଯୁକ୍ତି ସମସ୍ୟା ମଧ୍ୟ ପଞ୍ଜାବ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି, ଏହାକୁ ସେ ଗମ୍ଭୀରତାର ସହ ନେଇଥିବା କହିଛନ୍ତି । ପଞ୍ଜାବରେ ସେ ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଭଳି ଅନ୍ୟ ପ୍ରସଙ୍ଗକୁ ବି ପ୍ରାଧାନ୍ୟ ଦିଆଯାଇଛି । ସୋନୁ ଏହି ସବୁ କଥା ଗତ ରବିବାର  ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି, ସୋନୁଙ୍କ ଭଉଣୀ ରାଜନୀତିରେ ପ୍ରବେଶ କରିବେ ବୋଲି ରବିବାର ଘୋଷଣା କରିଛନ୍ତି । ତେବେ ସେ କେଉଁ ରାଜନୈତିକ ଦଳରେ ସାମିଲ ହେବେ ଏବଂ କଣ ରହିବ ପରବର୍ତ୍ତୀ ରାଜନୈତିକ ମୁଭ୍ ସେ ନେଇ କୌଣସି ସ୍ପଷ୍ଟ କରିନାହାନ୍ତି ସୋନୁ ।

କିଛି ଦିନ ତଳେ ନୂଆଦିଲ୍ଲୀ ଗସ୍ତ ଅବସରରେ ସୋନୁ ସୁଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀଓ୍ୱାଲଙ୍କୁ ସାକ୍ଷାତ କରିଥିଲେ । ସେ ସମୟରେ ସୋନୁ ଆପରେ ସାମିଲ ହୋଇ ରାଜନୀତି କରିବେ ବୋଲି ଚର୍ଚ୍ଚା ହେଉଥିଲା । ଏହା ପରେ ଗତ ରବିବାର ସୋନୁଙ୍କ ଭଉଣୀ ରାଜନୀତିକୁ ଆସିବା ନେଇ ଘୋଷଣା କରିବା ପରେ ସେ ଆପ ରେ ଯୋଗଦାନ କରିବେ ବୋଲି ଆଲୋଚନା ହେଉଛି  ।

Share this story