ପାଟକୁରା ଉପନିର୍ବାଚନ: ମେ’ ୧୯ରେ ସାନି ମତଦାନ

ପାଟକୁରା ଉପନିର୍ବାଚନ: ମେ’ ୧୯ରେ ସାନି ମତଦାନ
ପାଟକୁରା ଉପନିର୍ବାଚନ: ମେ’ ୧୯ରେ ସାନି ମତଦାନ

ଭୁବନେଶ୍ୱର: ଆସନ୍ତା ମାସ ମେ ୧୯ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ହେବ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ’ ୧୯ରେ ପାଟକୁରାରେ ଭୋଟ ଗ୍ରହଣ ହେବ । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ମେ’ ୧ ରହିଛି  । ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିବାରୁ ନିର୍ବାଚନ ସ୍ଥଗିତ ରହିଥିଲା ।

ସୂଚନାଯୋଗ୍ୟ, ପାଟକୁରା ବିଧାନସଭା ପାଇଁ କେବଳ ବିଜେଡ଼ି ହିଁ ପ୍ରାର୍ଥୀ ଦେବ । ଅନ୍ୟ ଦଳର ଯେଉଁମାନେ ପ୍ରାର୍ଥୀ ରହିଛନ୍ତି ସେମାନେ ବଦଳିବେ ନାହିଁ ବୋଲି ନିର୍ବାଚନ କମିଶନ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ବିଜ୍ଞପ୍ତି ଜାରି ହେବା ପରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଛି ।

Share this story