ବିଜେଡିରେ ସାମିଲ ହେଲେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ମାନସ ଦାସ ଓ କର୍ମକର୍ତ୍ତା

ବିଜେଡିରେ ସାମିଲ ହେଲେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ମାନସ ଦାସ ଓ କର୍ମକର୍ତ୍ତା
ବିଜେଡିରେ ସାମିଲ ହେଲେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ମାନସ ଦାସ ଓ କର୍ମକର୍ତ୍ତା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ଲୋକାଭିମୁଖୀ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ଙ୍କ ବଳିଷ୍ଠ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ମାନସ ଦାସ ଓ ଶତାଧିକ କର୍ମକର୍ତ୍ତା ।

ରବିବାର ପାର୍ଟି କାର୍ଯ୍ୟାଳୟରେ ଶ୍ରୀ ଦାସ ଓ ତାଙ୍କର ଶତାଧିକ ସମର୍ଥକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବିଜେଡିର ସୁଶାସନ ତାଙ୍କୁ ଭଲ ଲାଗିଥିବାରୁ ଶ୍ରୀ ଦାସ ତାଙ୍କ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିବା କହିଛନ୍ତି ।

ଶ୍ରୀ ଦାସ ଓ ତାଙ୍କ ପତ୍ନୀ ଦଳରେ ମିଶିବା ପରେ ଦଳର ସ୍ଥିତି ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖିଛନ୍ତି । ସାଧାରଣ ନିର୍ବାଚନ ପାଇଁ ଏହି ମିଶ୍ରଣ ପର୍ବ ବିରୋଧୀଙ୍କ ଚେକ ଦେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Share this story