ଦିନରେ ଖାଇଲେ ବାସି ପଖାଳ ଆଉ ରାତିରେ କଲେ କିଛି ଏମିତି କାମ ରାନୀ ପଣ୍ଡା...

ଦିନରେ ଖାଇଲେ ବାସି ପଖାଳ ଆଉ ରାତିରେ କଲେ କିଛି ଏମିତି କାମ ରାନୀ ପଣ୍ଡା...

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ଭୁବନେଶ୍ୱର ଫେରିସାରିଛନ୍ତି ଆଇଟମ କୁଇନ ରାନୀ ପଣ୍ଡା । ହେଲେ ଏବେ ଯାଏ ବାଲେଶ୍ୱରବାସୀଙ୍କ ମନରୁ ଦୂରେଇ ଯାଇପାରନାହାନ୍ତି ସେ । ସ୍ୱାଧୀନ ପ୍ରାର୍ଥୀ 80 ବର୍ଷୀୟ ବେଣୁଧର ବାରିକଙ୍କ ପାଇଁ ଗୋଟିଏ ଦିନ ପ୍ରଚାର କରି ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି ରାନୀ ପଣ୍ଡା ।

ଦିନରେ ପଖାଳ ଖାଇ ରିକ୍ସାରେ ବସି ପ୍ରଚାର କରିଥିଲେ ରାନୀ ଆଉ ରାତିରେ ଘର ଘର ବୁଲି ମଉସାଙ୍କ ପାଇଁ ହାତଯୋଡ଼ି ଭୋଟ ଭିକ୍ଷା କରିଛନ୍ତି । ବେଣୁଧର ବାରିକଙ୍କ ଘରେ  ରାନୀ  ସଜ ପଖାଳ ସାଙ୍ଗକୁ ଖାଇଛନ୍ତି ଚିକେନ୍‌ କସା, ଆଳୁ ଭଜା, ବାଇଗଣ ଭଜାକାକୁଡ଼ି ସାଲଡ୍‌ ଆଉ ଲୁଣ-ଲଙ୍କା-ଲେମ୍ବୁ-ପିଆଜ ।

 ୮୦ ବର୍ଷୀୟ ବେଣୁଧର ଦୀର୍ଘଦିନ ଧରି ବାଲେଶ୍ୱର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଲଢେଇ କରୁଥିଲେ । ଆଉ ଏବେ ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇ ବସ୍ତି ବାସିନ୍ଦାଙ୍କ ପାଇଁ କାମ କରିବାକୁ ମନ ବଳାଇଛନ୍ତି ।

ନିଜ ପାଇଁ ଭୋଟ୍ ଯୋଗାଡ଼ କରିବାକୁ ଲୋକଙ୍କ ପାଖକୁ ଯିବା ସହ ବିକାଶର କଥା କହୁଛନ୍ତି । ଏମିତି କି, ନିଜେ ସାଇକେଲ ଚଢି ଗାଁରୁ ଗାଁ ବୁଲିଛନ୍ତି ବେଣୁଧର । ପେସାରେ ବାରିକ କାମ କରୁଥିବା ବେଣୁଧର ଏଥର ନିଶ୍ଚିତ ଜିତିବେ ବୋଲି କହିଛନ୍ତି ।

Share this story