କଙ୍ଗନାଙ୍କ ସହରରେ ମିଳୁଛି ଭଲ ଗଞ୍ଜେଇ: ‘ମହା ମୁଖ୍ୟମନ୍ତ୍ରୀ

କଙ୍ଗନାଙ୍କ ସହରରେ ମିଳୁଛି ଭଲ ଗଞ୍ଜେଇ: ‘ମହା’ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଗସିପ୍ ବ୍ୟୁରୋ:  ରାଗିଗଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କିଛି ଦିନର ନିରବତା ପରେ ପୁଣି ଥରେ ଡ୍ରଗ୍ସ ଓ ବଲିଉଡ୍ ବିବାଦକୁ ନେଇ କଙ୍ଗନାଙ୍କ ଉପରେ ବର୍ଷିଛନ୍ତି ଉଦ୍ଧବ । ଅବଶ୍ୟ ନା ନ ନେଇ କଙ୍ଗନାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଇଙ୍ଗିତରେ କହୁ କହୁ କହିଦେଲେ ଯେ, ହିମାଚଳ ପ୍ରଦେଶ ହେଉଛି ଗଞ୍ଜେଇ ଚାଷ ପାଇଁ ପ୍ରସିଦ୍ଧ । ହିମାଚଳ ପ୍ରଦେଶରେ ଭଲ ଗଞ୍ଜେଇ ମିଳେ ବୋଲି ସାରା ଦେଶବାସୀ ଜାଣିଛନ୍ତି । କିନ୍ତୁ ଜଣେ ଡ୍ରଗ୍ସ ମାମଲାକୁ ବାହାନାକୁ ମହାରାଷ୍ଟ୍ର ସରକାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି’’ । ଗଞ୍ଜେଇ ତମ ସହରରେ ଚାଷ ହୁଏ ମହାରାଷ୍ଟ୍ରରେ ନୁହେଁ ବୋଲି କହି ଟାର୍ଗେଟ କରିଛନ୍ତି ଉଦ୍ଧବ ।

ଦଶହରା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କିଛି ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି ଉଦ୍ଧବା ଠାକରେ ।

କେବଳ ସେତିକି ନୁହେଁ ମୁମ୍ବାଇକୁ ପାକିସ୍ତାନ ସହ ତୁଳନା କରି ଟୁଇଟ କରିବା ପ୍ରସଙ୍ଗରେ ମଧ୍ୟ ସମାଲୋଚନା କରିଛନ୍ତି ଉଦ୍ଧବ ।  

ସୂଚନା ଥାଉ କି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ଲିଙ୍କକୁ ନଇ ମହାରାଷ୍ଟ୍ର ସରକାରକୁ କଡ଼ା ସମାଲୋଚନା କରିଥିଲେ କଙ୍ଗନା । ମାମଲାର ସିବିଆଇ ତଦନ୍ତ ଦାବି କରିବା ସହ ଡ୍ରଗ୍ସ-ବଲିଉଡ୍-ବିୟୁଟି ଲିଙ୍କ୍ ନେଇ ମହାଭାରତ ସୃଷ୍ଟି କରିଥିଲେ ।

ଏବେ ଶୁଣନ୍ତି ଠାକରେଙ୍କୁ କଣ କହିଛନ୍ତି କଙ୍ଗନା ...

Share this story