ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି

ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି
ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି

ଉତ୍ତର ପ୍ରଦେଶ: ବିଭିନ୍ନ ପ୍ରସଙ୍ଗ ନେଇ ଉତ୍ତର ପ୍ରଦେଶ ରାଜନୀତି ସରଗରମ ଥିବା ବେଳେ ବାରଣାସୀରୁ ନିର୍ବାଚନ ଲଢୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା । ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି, ମୋଦି ଜଣେ ଚୌକିଦାର ନା ଦିଲ୍ଲୀ ସିଂହାସନରେ ବସିଥିବା ସହେନଶାହା ବୋଲି ପ୍ରଶ୍ନ କରିଛନ୍ତ ।

ଉତ୍ତର ପ୍ରଦେଶ ବଣ୍ଡା ଅଞ୍ଚଳର ବୁନେ୍ଦଲଖଣ୍ଡରେ ଜଳଭାବ ଯୋଗୁୁଁ ମରୁଡ଼ି ଭଲି ସ୍ଥିତି ରହିଛି, ଏଭଳି ସ୍ଥିତିରେ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଉଛି । ଏହି ପରିପ୍ରେକ୍ଷୀରେ ନିଜ ଟ୍ଵିଟର ପେଜରେ ସେ ଏଭଳି ଉଲ୍ଲେଖ କରିଛନ୍ତି । ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଣ୍ଡାରେ ଏକ ନିର୍ବାଚନ ସଭାରେ ଯୋଗ ଦେବେ, ଏହା ପୂର୍ବରୁ ମୋଦିଙ୍କୁ ଏଭଳି ପ୍ରଶ୍ନ କରି ପ୍ରିୟଙ୍କା ଗାନ୍ଧି ରାଜନୀତି ସରଗରମ କରିଛନ୍ତି ।

Share this story