ରାତି ପାହିଲେ ବିଜେପୁର ଉପନିର୍ବାଚନ: ଇଭିଏମରେ କଏଦ ହେବ ପ୍ରାର୍ଥୀଙ୍କ ଭାଗ୍ୟ

ରାତି ପାହିଲେ ବିଜେପୁର ଉପନିର୍ବାଚନ: ଇଭିଏମରେ କଏଦ ହେବ ପ୍ରାର୍ଥୀଙ୍କ ଭାଗ୍ୟ
ରାତି ପାହିଲେ ବିଜେପୁର ଉପନିର୍ବାଚନ: ଇଭିଏମରେ କଏଦ ହେବ ପ୍ରାର୍ଥୀଙ୍କ ଭାଗ୍ୟ

ବିଜେପୁର: ରାତି ପାହିଲେ ବିଜେପୁରରେ ହେବ ଭୋଟ ଗ୍ରହଣ । ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ନେତା, ମନ୍ତ୍ରୀ, ଅଭିନେତା ଓ ଅଭିନେତ୍ରୀ ଜି-ଜାନ୍ ଲଗାଇ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ହାଇଭୋଲଟେଜ ପ୍ରଚାର କରିଥିଲେ । ଆସନ୍ତାକାଲି ମତଦାନ କରି ରାୟ ଶୁଣାଇବେ ଭୋଟର । ମତଦାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୂରା ପୋଲିସ ଛାଉଣିରେ ପରିଣତ ହୋଇଛି ବିଜେପୁର ।

ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ଲାଗି ବରଗଡ ଏସପିଙ୍କ ତତ୍ତ୍ୱାବଧାନରେ ୩୩ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ, ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୭୫ ସବଇନିସ୍ପେକ୍ଟର, ୧୧୩ ଏଏସଆଇଙ୍କୁ ନିଯୁକ୍ତ କରାଯାଛି । ବରପାଲି, ଗାଇସିଲେଟ ଓ ବିଜେପୁରକୁ ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ରହିଛନ୍ତି ।

୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର ଥିବା ବେଳେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଏବଂ ୧୫ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି । ୩ ଟି ବ୍ଲକରେ ୬ଟି ମଡେଲ ବୁଥ ରହିଥିବା ବେଳେ ୨୮ ବୁଥରେ ୱେବ କାଷ୍ଟିଂ କରାଯିବ । ୧୪ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ୧୬ ବୁଥର ନିର୍ବାଚନ ପକ୍ରିୟାକୁ ଭିଡିଓଗ୍ରାଫି କରାଯିବ ।

୭୭ ବୁଥ ପାଇଁ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଥିବା ବେଳେ ୧୩୫ ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ୬ ବୁଥ୍ ମାଓବାଦୀ  ମାଓବାଦୀ ପ୍ରଭାବିତ ରହିଛି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ।

Share this story