ପ୍ରଫୁଲ୍ଲ ଘଡ଼ାଇଙ୍କୁ ବିଜେଡିର ରାଜ୍ୟ ଉପ-ସଭାପତି ଦାୟିତ୍ୱ ମିଳିଲା, ଆଉ କାହାକୁ କେଉଁ ପଦବୀ ମିଳିଛି ପଢ଼ନ୍ତୁ

ପ୍ରଫୁଲ୍ଲ ଘଡ଼ାଇଙ୍କୁ ବିଜେଡିର ରାଜ୍ୟ ଉପ-ସଭାପତି ଦାୟିତ୍ୱ ମିଳିଲା, ଆଉ କାହାକୁ କେଉଁ ପଦବୀ ମିଳିଛି ପଢ଼ନ୍ତୁ
ପ୍ରଫୁଲ୍ଲ ଘଡ଼ାଇଙ୍କୁ ବିଜେଡିର ରାଜ୍ୟ ଉପ-ସଭାପତି ଦାୟିତ୍ୱ ମିଳିଲା, ଆଉ କାହାକୁ କେଉଁ ପଦବୀ ମିଳିଛି ପଢ଼ନ୍ତୁ

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କୁ ଖୋର୍ଦ୍ଧା, ରଣପୁର ଏବଂ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ସହ ଶ୍ରୀ ଘଡ଼ାଇଙ୍କୁ ବିଜୁ ଜନତା ଦଳ ରାଜ୍ୟ ଉପ-ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ପାର୍ଟି ସୁପ୍ରିମୋ ।

ରବିନାରାୟଣ ନନ୍ଦଙ୍କୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ନିରଞ୍ଜନ ପୂଜାରୀ ଏବଂ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ।

ସେହିପରି ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ଢେଙ୍କାନାଳର ସିଦେ୍ଧଶ୍ୱରୀ ପ୍ରସାଦ ମିଶ୍ରଙ୍କୁ ଭୁବନେଶ୍ୱର-ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ, ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ, ପୂର୍ବତନ ବିଧାୟିକା ଶ୍ରୀମତୀ ସିପ୍ରା ମଲ୍ଲିକଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ, ପ୍ରକାଶ ଦାଶଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଏବଂ କଟକର ଯୁଗଳ ନାୟକଙ୍କୁ କଟକ ସଂସଦୀୟ କ୍ଷେତ୍ର ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

Share this story